ରାଉତ କନଷ୍ଟ୍ରକସନ କ୍ରିକେଟ ଟୁର୍ନାମେଣ୍ଟ ସାଇ ୱାରିଆର ଚାମ୍ପିଅନ

Spread the love

ଆଳି ବ୍ଲକ ଅଧୀନ ମଧୁବନସ୍ଥିତ ଖେଳ ପଡିଆରେ ରାଉତ କନଷ୍ଟ୍ରକସନ ଆନୁକୂଲ୍ୟରେ ରାଉତ କନଷ୍ଟ୍ରକସନ କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଫାଇନାଲ ମ୍ୟାଚରେ ସାଇ ୱାରିଆର ଟିମ ଓ ଆରସି ସୁପରକିଙ୍ଗ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ସାଇ ୱାରିଆର ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା l ସାଇ ୱାରିଆର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୬ ଓଭରରେ ୩ ଉଇକେଟ ହରାଇ ମୋଟ ୭୫ ରନ ସଂଗ୍ରହ କରିଥିବା ବେଳେ ଆରସି ସୁପରକିଙ୍ଗ ଟିମ ବିଜୟ ଲକ୍ଷ କୁ ପିଛା କରି ସମସ୍ତ ୬ ଓଭରରେ ୫ ଗୋଟି ଉଇକେଟ ହରାଇ ୪୨ ରନ ସଂଗ୍ରହ କରିବା ପାଇଁ ସକ୍ଷମ ହୋଇଥିଲା l ଫଳରେ ସାଇ ୱାରିଆର ଟିମ ଆଜିର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବିଜୟ ଲାଭ କରିଥିଲା l ସାଇ ୱାରିଆର ଟିମର ପୁରଞ୍ଜୟ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ନିରଞ୍ଜନ ଭଟ୍ଟ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ l ଆଜିର ଏହି ଫାଇନାଲ ମ୍ୟାଚରେ ରାଉତ କନଷ୍ଟ୍ରକସନ ର ପରିଚାଳନା ନିର୍ଦେଶକ ସୁକାନ୍ତ ରାଉତଙ୍କ ସହ ମ୍ୟାନେଜର ବିକାଶ ବଳ, ଇଞ୍ଜିନିଅର ସଞ୍ଜୟ ଦାସ, କେନ୍ଦ୍ରାପଡ଼ା ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଭୟ ଟିମ କୁ ଟ୍ରଫି ବିତରଣ କରିଥିଲେ l ଟୁର୍ନାମେଣ୍ଟ କୁ ରାଉତ କନଷ୍ଟ୍ରକସନ ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *