ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ହିମାଂଶୁ ପଣ୍ଡା କ୍ଲାସ ଟପର

Spread the love

ଦଶରଥପୁର-୩/୫ (ନି:ପ୍ର): ଆଜି ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯାଜପୁର ଜିଲ୍ଲାରେ ୯୪.୨୬ ପ୍ରତିଶତ ପାସ ହାର ରହିଛି।ଦଶରଥପୁର ବ୍ଲକ ମଙ୍ଗଳପୁର ସ୍ଥିତ ମଙ୍ଗଳପୁର (ଥାଲକୁଡ଼ି )ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ହିମାଂଶୁ ପଣ୍ଡା ଚଳିତ ମେଟ୍ରିକ ପରୀକ୍ଷାରେ ସର୍ବାଧିକ ୫୨୭ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ପଣ୍ଡା ସାହିର ପ୍ରମୋଦ କୁମାର ପଣ୍ଡା ଓ ମାତା ସରିତା ପଣ୍ଡାଙ୍କର ସାନ ପୁଅ ହିମାଂଶୁ ହୋଇଥିବା ବେଳେ ହିମାଂଶୁର ଏହି ସଫଳତା ପାଇଁ ଉଭୟ ମାତା ପିତା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ କୃତଜ୍ଞତା ଜଣେଇଛନ୍ତି |ହିମାଂଶୁ ଏଭଳି ସଫଳତା ପାଇବା ପଛରେ ତାଙ୍କର ବାପା ମାଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ଟ୍ୟୁସନ ଶିକ୍ଷକ ପ୍ରତାପ ବିଶ୍ୱାଳଙ୍କୁ ହିମାଂଶୁ ତାଙ୍କର କୃତଜ୍ଞତା ଜଣେଇଛନ୍ତି | ହିମାଂଶୁଙ୍କର ଏଭଳି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ମାନେ ହିମାଂଶୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *