ପୂର୍ତ୍ତ ବିଭାଗ ରାସ୍ତା ପାଲଟିଲା କାଦୁଅ ରାସ୍ତା , ଦୁର୍ଘଟଣାରେ ଏକାଧିକ ଲୋକ ଆହତ

Spread the love

ଦଶରଥପୁର, ୫/୫ () : ଦଶରଥପୁର ବ୍ଲକ ମଙ୍ଗଳପୁର – ପରିପଦା ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣ ଜନ୍ତା। ରାସ୍ତା ଉପରେ ୬ ଇଞ୍ଚ ମୋଟେଇର ପଡି ରହିଛି କାଦୁଅ ମାଟି। ୧୦ ଫୁଟ ନୁହେଁ କି ୨୦ ଫୁଟ ନୁହେଁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ପଡିଛି କାଦୁଅ ମାଟି। ଗତ କାଲି ବର୍ଷ ହେବା ଫଳରେ ରାସ୍ତା ସାରା ଖେଳି ଯାଇଛି। ଫଳରେ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୮ ଜଣଙ୍କ ର ମୋଟର ସାଇକେଲ ଏବଂ ସାଇକେଲ ଦୁର୍ଘଟଣାରେ ଆହତ ହୋଇ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିବା ଜଣା ପଡିଛି। ଏଥିନେଇ କୌଣସି ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନିଘା ନାହିଁ। ମିଳିଥିବା ସୂଚନା ଅନୁସାରେ ଦୁଦୁରାଅଣ୍ଟା ଏବଂ ନିଜାମପୁର ପଞ୍ଚାୟତରୁ ଗତ କିଛି ଦିନ ହେବ ମାଟି ମାଫିଆ ମାନେ ବେସରକାରୀ ଚାଷ ଜମି, ସରକାରୀ ଜମି ରୁ ମାଟି ଜେସିବି ରେ ଖୋଳି ବିଭିନ୍ନ ସ୍ଥାନକୁ ବିକ୍ରି କରୁଛନ୍ତି ମାଟି ମାଫିଆ ମାନେ। ଟ୍ରାକ୍ଟର ସାହାଯ୍ୟରେ ମାଟି ବୋହିବା ସମୟରେ ପଛ ପାଟ ସାଇଟ ଖୋଲା ରଖାଯିବାରୁ ଲୋଡ଼ ହୋଇଥିବା ମାଟି ରାସ୍ତାରେ ପଡିଯାଉଛି। ଉକ୍ତ ମାଟିକୁ ସଫା କରାନଯିବା ରୁ ଗତ କାଲି ବର୍ଷା ହେବା ଫଳରେ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି। ଦୁଦୁରାଅଣ୍ଟା ଠାରୁ ପରିପଦା ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ଉପରେ ପଡି ରହିଛି କାଦୁଅ ମାଟି। ଉକ୍ତ ରାସ୍ତା ରେ ଯିଏ ବି ଯାଉଛି ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏଥିନେଇ ବିବଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତୁରନ୍ତ ସମ୍ପୃକ୍ତ ଜେସିବି, ଟ୍ରାକ୍ଟର, ମାଫିଆମାନଙ୍କୁ ଚି଼ହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *