ଦଶରଥପୁର-୩/୫(ନି.ପ୍ର): ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତସ୍ତ ପାଲଟପୁର ଗ୍ରାମରେ ଅବସ୍ଥିତ ଜୟ ମା ମଙ୍ଗଳା ମନ୍ଦିରର ୧୨ ତମ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି|ଏହି ପରିପ୍ରେକ୍ଷୀରେ ଗ୍ରାମର ମହିଳା ମାନେ କଳସ ଶୋଭାଯାତ୍ରାରେ ଯାଇ କଳସ ବୁଡା କାର୍ଯ୍ୟ ଶେଷ ହେବା ପରେ ରୀତି ନିତି ଅନୁଯାଇ ଷୋଡଶ ଉପଚାର ପୂଜା ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା|ଦିନ ତମାମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଚାର୍ଯ୍ୟ ବୁନା ମିଶ୍ର ଓ ପୁସ୍ତକାଚାର୍ଯ୍ୟ ସନାତନ ମିଶ୍ର ଯଜ୍ଞ ଓ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ |ସେହିପରି ଯଜ୍ଞରେ କର୍ତ୍ତା ଭାବେ ସନ୍ଦୀପ୍ତ ଦାସ ଓ ତାଙ୍କ ଧର୍ମପତ୍ନୀ ସୁଶ୍ରୀ ସଂଗୀତା ଦାସ ସଂକଳ୍ପ କରିଥିଲେ |ଶହ ଶହ ସଂଖ୍ୟରେ ଭକ୍ତ ମାନେ ମା ମଙ୍ଗଳାଙ୍କ ଦର୍ଶନ କରିବା ଶହ ପ୍ରସାଦ ସେବନ କରି ସାନିଧ୍ୟ ଲାଭ କରିଥିବା ଦେଖିବା ପାଇଁ ମିଳିଥିଲା | କାର୍ଯ୍ୟକ୍ରମ ପରିଚାଳନାରେ ଶରତ ବେହେରା,ସୁବାସ ବେହେରା, ପୀତବାସ ବେହେରା,ଶ୍ରୀନିବାସ ବେହେରା,ସୁବ୍ରତ ବେହେରା,ବାବୁ ବେହେରା,ମୁନୁ ବେହେରା,ଟୁନୁ ବେହେରା,ଟିଟନ ବେହେରା,ଲିଟନ ବେହେରା,ଗୁଗୁ ବେହେରା ପ୍ରମୁଖ ସହଯୋଗ କରିଥିଲେ |
ଜୟ ମା ମଙ୍ଗଳା ମନ୍ଦିରର ୧୨ ତମ ଜନ୍ମ ବାର୍ଷିକ ଉତ୍ସବ












Leave a Reply