ଏସ କେ ଉଚ୍ଚ ବିଦ୍ୟାଳୟରେ 2001ମାଟ୍ରିକ ବ୍ୟାଚ ବନ୍ଧୁମିଳନ

Spread the love

ପଟ୍ଟାମୁଣ୍ଡାଇ୦୪/୦୬ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଏସ କେ ଉଚ୍ଚ ବିଦ୍ୟାଳୟ ରେ 2001ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଶିକ୍ଷକ ସନାତନ ତରାଇଙ୍କ ସଂଯୋଜନା ରେ ଶିକ୍ଷକ ଅଶୋକ ଦାସ, ଶିକ୍ଷକ ପ୍ରେମାନନ୍ଦ ଦାସ, ଶିକ୍ଷକ ରବୀନ୍ଦ୍ର ପାତ୍ର, ଶିକ୍ଷକ ଦିଲ୍ଲୀପ ଖଣ୍ଡାଇ, ଶିକ୍ଷକ ଦିଲ୍ଲୀପ ପରିଡା,ଶିକ୍ଷକ ଦୟାନିଧି ଦାସ, ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ, ଶିକ୍ଷକ ଦୈତାରୀ ଦାସ, ଶିକ୍ଷକ ମାଗୁଣି ଚରଣ ବାରିକ, ଶିକ୍ଷକ ସନ୍ତୋଷ ମଲ୍ଲିକ,ପ୍ରମୁଖ ସହକାରୀ ଶିକ୍ଷକ ଯୋଗଦେଇ ସମଗ୍ର ଧୋୟାଞ୍ଚଳର ଏହି ଗାରିମାମୟ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱର୍ଗପ୍ରାପ୍ତି ଦୁଇ ଶିକ୍ଷକ ଚିତ୍ତରଞ୍ଜନ ରାଉତ ଓ ବସନ୍ତ କୁମାର ଦାଶ ଓ ଚାରି ଜଣ ବନ୍ଧୁଙ୍କ ପାଇଁ 2ମିନିଟ ନିରବ ପାର୍ଥନା କରିଥିଲେ l କାର୍ଯ୍ୟକ୍ରମରେ ପ୍ରମୁଖ ଶିକ୍ଷକ ଯୋଗଦେଇ ଗୌରବମୟ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ I ଗୁରୁପୂଜନ ଉତ୍ସବରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୋଇ ଦେଇ ସିନ୍ଦୁର ଚନ୍ଦନ ଲଗାଇବା ସହିତ ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଦୀର୍ଘ 25 ବର୍ଷ ପରେ ପିଲା ଦିନ ର ସାଙ୍ଗ ମାନଙ୍କୁ ନିକଟରେ ପାଇ ସମସ୍ତେ ଭାବଭିବୋଲ ହୋଇ ପଡ଼ିଥିଲେ l ସ୍କୁଲ ର ରଙ୍ଗ ବଦଳିଛି, କିନ୍ତୁ ଅତୀତ ର ସ୍ମୃତି ଏବେ ବି କାଲି ପରି ଲାଗୁଛି l ସ୍ମୃତି ଚାରଣ କରିବା ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ସମସ୍ତ ଛାତ୍ରଛାତ୍ରୀ ଶପଥ ନେଇଥିଲେ I ବର୍ତ୍ତମାନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟ ସନ୍ତୋଷ କୁମାର ମଲ୍ଲିକ ଓ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ lଏହି କାଯ୍ୟକ୍ରମ ରେ 50ରୁ ଉର୍ଦ୍ଧ ବନ୍ଧୁ ମାନେ ଯୋଗ ଦେଇଥିଲେ l ସୁନୀଲକାନ୍ତ ପାତ୍ର, ଅଶ୍ୱିନୀ ସାହୁ, ସୂର୍ଯ୍ୟକାନ୍ତ ପରିଡା, ସୁକୁମାର ତରାଇ, ତୁଷାରକାନ୍ତ ଧଳ, ଚନ୍ଦନ ରାଉତ, ଅନୁରୁଦ୍ଧ ରାଉତ, ଅରୋଦୀପ ରାଉତ, କିଷାନ ପାଣ୍ଡଵ, ଜିତେନ୍ଦ୍ର ଦାସ, ମନ୍ମଥ ଦାସ, ସାଗରୀକା ଦାସ, ନିବେଦିତା ଦାସ, ଶର୍ମିଷ୍ଠା ଧଳ, ମହେଶ୍ୱତା ଦାସ, ଶର୍ମିଷ୍ଠା ବେହେରା, ସଂଯୁକ୍ତା ଦାସ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *