ରସିକିଆ ଅଧ୍ୟାପକଙ୍କ ପ୍ରେମାଳାପ ଅଡିଓ ଭାଇରାଲ, ଘଟଣାକୁ ଚପାଇଦେବାକୁ ଉଦ୍ୟମ

Spread the love

ତିର୍ତ୍ତୋଲ():- ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚିରନ୍ତନ ଏବଂ ଶାଶ୍ୱତ ରହିବାର ନଜିର ରହିଛି ଆମ ଭାରତବର୍ଷ ରେ | ହେଲେ ଏଥିରୁ ବ୍ୟତିକ୍ରମ ତଥା କଳଙ୍କିତ ଘଟଣା ଦେଖିବାକୁ ମିଳୁଛି ଅନେକ ସମୟରେ, ଯାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟରେ, ଜଣେ ବରିଷ୍ଠ ଅଧ୍ୟାପକଙ୍କ ଅଶ୍ଳୀଳ ଅଡିଓ ଭାଇରାଲ ନେଇ ଚର୍ଚ୍ଚା ହେଉଥିବାବେଳେ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଥିବା ମଧ୍ୟ ଆଲୋଚନା ହେଉଛି l ସୂଚନା ଅନୁସାରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କୁ ସେହି ମହାବିଦ୍ୟାଳୟର ଆଧ୍ୟାତ୍ମିକବାଦୀ ଅଧ୍ୟାପକ ଜଣଙ୍କ ଫୋନରେ ଅଶ୍ଳୀଳ କଥାବାର୍ତ୍ତା ଜଣାପଡିବାପରେ ଅଧ୍ୟାପକ ଜଣକ ଭୁଲ ମାଗୁଥିବା ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି l ଏହି ଘଟଣା ସମ୍ପର୍କରେ ଯୁବତୀ ଥାନାର ଦ୍ୱାରସ୍ଥ ହେବାକୁ ଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଧମକ ଚମକ ଦେଉଥିବା ଜଣାପଡିଛି l ଅପରପକ୍ଷରେ ଅଧ୍ୟାପକ ଜଣଙ୍କ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗ ଙ୍କୁ ଭୁଲ ମାଗୁଥିବା ଏକ ଅଡିଓ ଭାଇରାଲ ହେଉଥିବା ନେଇ ଚର୍ଚ୍ଚା ହେଉଛି l ଆଉ ଏକ ଭିଡ଼ିଓରେ ଅଧ୍ୟାପକ ଜଣଙ୍କ ମଧ୍ୟ ଭୁଲ ମାଗୁଥିବା ଭିଡ଼ିଓ ଭାଇରଲ ହେଉଛି l ଘଟଣାକୁ ଅଧ୍ୟାପକ ଆଗକୁ ନବଢ଼ାଇବା ପାଇଁ ବାରମ୍ବାର ଭୁଲ ମାଗୁଥିବା ଜଣାପଡିଛି l ଏହି ଘଟଣା ଟି ସମଗ୍ର ତିର୍ତ୍ତୋଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣାକୁ ଚପାଇଦେବାକୁ ସମସ୍ତ ଦିଗରେ ଚେଷ୍ଟା ଜାରି ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏହି ଅଧ୍ୟାପକଙ୍କ ନାମରେ ଆଗରୁ ୪ ରୁ ୫ ଟି ଏହିଭଳି କେଶ ହୋଇଥିଲେ ମଧ୍ୟ ଟଙ୍କା ଦେଇ ମହାଶୟ ମାମଲାକୁ ଚପାଇଦିଅନ୍ତି l ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ରେ ବର୍ତ୍ତମାନ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି l ଗୁରୁ ପିଲାମାନଙ୍କ ପାଇଁ ଭଗବାନ ସଦୃଶ ହୋଇଥାନ୍ତି l ଏଭଳି କାମୁକ ଅଧ୍ୟାପକ ମାନଙ୍କ ପାଇଁ ଛାତ୍ରୀ ମାନେ ଭୟଭିତ ହେଉଥିବା ବେଳେ ଅଞ୍ଚଳ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଟି ବଦନାମ ହେଉଛି l ଏ ଦିଗରେ ଜ଼ିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରୀ ମହଲରେ ଦାବୀ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି l ଜନୈକ ଅଧ୍ୟାପକ ଜଣେ ଛାତ୍ରୀଙ୍କ ସହ ପ୍ରେମାଳପ କଥାବାର୍ତ୍ତା କରିଥିବା, ପରେ କ୍ଷମା ମାଗିବାର ଅଡିଓ ଓ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏହି ଅଧ୍ୟାପକଙ୍କ ଅବସର ମାତ୍ର ୨ବର୍ଷରୁ କମ୍ ଥିବା ବେଳେ ବିଭିନ୍ନ ସମୟରେ ଏ ଭଳି କର୍ମ କରି ଭୁଲ୍ ମାଗିବାର ଅଭ୍ୟାସ ଅଛି ବୋଲି କଥା ଚର୍ଚ୍ଚା ହେଉଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିନ୍ତୁ ଏହି ଅଧ୍ୟାପକଙ୍କୁ ଘଣ୍ଟ ଘୋଡେଇ ଚାଲିଥିବା ନେଇ ଅଭିଯୋଗ ହୋଇଛି । ସେ ତାଙ୍କୁ ପ୍ରଶାସନିକ ଦାୟିତ୍ୱ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବାରୁ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୁତ୍ରରୁ ଖବର ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଆନ୍ଦୋଳନ ପାଇଁ ଭିତରେ ଦାନା ବାନ୍ଧୁଥିବା ବେଳେ ଅନ୍ୟ ଜଣେ ଅଧ୍ୟାପକ ଯିଏ କି ପୂର୍ବରୁ ଭିଜିଲାନ୍ସ କେସରେ ଜଡ଼ିତ ସେ ମଧ୍ୟସ୍ଥି କରି କେସକୁ ଚାପିଦେବାରେ ଲାଗିଛନ୍ତି । ପୂର୍ବରୁ ଓଡ଼ିଶାର ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ରେ ଜଣେ ଛାତ୍ରୀ ଏହି ଭଳି ଘଟଣାରେ ମୂଲ୍ୟବାନ ଜୀବନ ହରାଇଛନ୍ତି ।ଏହି ଅଧ୍ୟାପକ ନିଜକୁ ଜଣେ ଧର୍ମ ପ୍ରଚାରକ ବୋଲି କୁହନ୍ତି । ଯଦି ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର ଗାରିମା କ୍ଷୁର୍ଣ୍ଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି | ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଛାତ୍ରୀ ପ୍ରେମରେ ଉବୁଟୁବୁ ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *