ଦଶରଥପୁର-୩/୫(ନି:ପ୍ର)-ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପଇସାରିଛି ଏଥିରେ ସାଲେପୁର ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ପ୍ରଜ୍ଞାନ ବେହେରା ୬୦୦ ମାର୍କରୁ ୫୭୩ନମ୍ବର ରଖିଛନ୍ତି ଅର୍ଥାତ ୯୫.୫୦%ନମ୍ବର ରଖି ଶିକ୍ଷା ମଣ୍ଡଳ ସ୍ତରରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି ଗୌରବ ଆଣିଛନ୍ତି।ସୂଚନା ଯୋଗ୍ୟ ପ୍ରଜ୍ଞାନ ବେହେରାଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରାଅଣ୍ଟା ପଞ୍ଚାୟତ କୁଅଁରସାହି ଗ୍ରାମର ମନୋରଞ୍ଜନ ସେଠୀ ଓ ପୁଷ୍ପଲତା ବେହେରାଙ୍କ ପୁତ୍ର।ପ୍ରଜ୍ଞାନ ଦୁଦୁରାଅଣ୍ଟା ପଞ୍ଚାୟତ ସରପଞ୍ଚ ଅପର୍ଣ୍ଣା ସେଠୀ ତଥା ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ସେଠୀଙ୍କ ପୁତୁରା ଅଟନ୍ତି।ପ୍ରଜ୍ଞାନଙ୍କ ସଫଳତା ସମଗ୍ର ଦୁଦୁରାଅଣ୍ଟା ପଞ୍ଚାୟତ ପାଇଁ ଗର୍ବ ଓ ଗୌରବ।ତାଙ୍କର ଏହି ସଫଳତାର ଶ୍ରେୟ ସେ ସ୍କୁଲର ସମସ୍ତ ଗୁରୁ ଗୁରୁମା ଟିୟୁସନ ସାର ଓ ନିଜ ପରିବାରକୁ ଦେଇଛନ୍ତି।ଭବିଷ୍ୟତରେ ସେ ପାଠ ପଢି ଜଣେ ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ପ୍ରଜ୍ଞାନଙ୍କ ସଫଳତା ପାଇଁ ଦୁଦୁରାଅଣ୍ଟା ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ତ୍ରିପାଠୀ,ଦୁଦୁରାଅଣ୍ଟା ସମିତି ସଭ୍ୟା ଦିପ୍ତିମୟୀ ରାଉତ,ପୂର୍ବତନ ସମିତି ସଭ୍ୟ ଜିତେନ୍ଦ୍ର ମଲ୍ଲିକ,ପୂର୍ବତନ ସରପଞ୍ଚ ହିମାନ୍ଦ୍ରୀ ଭୂଷଣ କୁଅଁର,ଦୁଦୁରାଅଣ୍ଟା ପଞ୍ଚାୟତ ବିଜେଡି ସଭାପତି ପିତାମ୍ବର ମାଝୀ,ଶିଶିର ରାଉତ,ସଦାନନ୍ଦ ସାହୁ,ପୂର୍ଣଚନ୍ଦ୍ର ଦାସ,ଦୁଦୁରାଅଣ୍ଟା ବିଜେପି ସଭାପତି ଧନଞ୍ଜୟ ମଲ୍ଲିକ,ରଞ୍ଜନ ଦାସ,ଶ୍ରୀନିବାସ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପ୍ରଜ୍ଞାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ପ୍ରଜ୍ଞାନ ଅଞ୍ଚଳ ପାଇଁ ଆଣିଲେ ଗୌରବ












Leave a Reply