ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଜେପି ଦଳ

Spread the love

ଦଶରଥପୁର-୩/୪(ନି:ପ୍ର)-ଦହିବରାକୁ ନେଇ ବର୍ତମାନ ଯାଜପୁର ଜିଲ୍ଲାରେ ଦୁଃଖର ଛାୟା ଖେଳି ଯାଇଛି।ଵିଷାକ୍ତ ଦହିବରା ଖାଇ ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର ୮୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ସରକାର ଅତବ୍ୟସ୍ତ ହୋଇପଡିଛନ୍ତି।ସ୍ଥିତି ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଅସୁସ୍ଥ ଥିବା ରୋଗୀଙ୍କୁ ଭେଟିବା ସହିତ ସ୍ଥିତିର ସମୀକ୍ଷା କରିଥିଲେ।ଏହି ଅବସରରେ ବରିଷ୍ଠ ବିଜେପି ନେତା ଗୌତମ ରାୟ,ଯାଜପୁର ସାଂସଦ ଡଃ.ରବୀନ୍ଦ୍ର ନାରାୟଣ ବେହେରା ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।ମନ୍ତ୍ରୀଙ୍କ ସହିତ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପୁଷ୍ପିତା ମହାନ୍ତି,ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର,ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ବିଜୟ କୁମାର ମିଶ୍ର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ଟିକନିକ ତଥ୍ୟ ନେଇଥିଲେ।୮୦ ଜଣରୁ ଉର୍ଦ୍ଧ ଆକ୍ରାନ୍ତ ମେଡିକାଲ ଆସିଥିବାବେଳେ ଜଣେ ୭୨ବର୍ଷୀୟା ମହିଳା ସୁଧା ଜେନାଙ୍କ ବିୟୋଗ ଘଟିଛି।୨/୫ରିଖ ସନ୍ଧ୍ୟା ସମୟରେ ଯାଜପୁର ସାଂସଦ ଡଃ ରବିନାରାୟଣ ବେହେରା,ବରିଷ୍ଠ ବିଜେପି ନେତା ଗୌତମ ରାୟ,ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ,ଦଶରଥପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ,ବିଜେପି ନେତା ପ୍ରମୋଦ ପଣ୍ଡା ପ୍ରମୁଖ ଏକ ଟିମ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *