ମାଆର ସ୍ନେହ ଆଦରର ନାହିଁ ପଟାନ୍ତର
ଯୁଗେ ଯୁଗେ ତାର ଚରିତ୍ର ଅପାର
ଭଗବାନଙ୍କର ସୃଷ୍ଟିର ଅପୂର୍ବ ସମାହାର
ମାଆ ବିନା ଦୁନିଆ ଅନ୍ଧାର.
ମାଆର ସ୍ନେହ ଆଦରର ନାହିଁ ତୁଳନା
ପିଲାଟିଏ ପାଇଁ ତାର ତ୍ୟାଗର ନାହିଁ କୋଣସି ଛଳନା
ଦଶମାସ ଦଶଦିନ ଧରିଥାଏ ସେ ଗର୍ଭରେ
ମୃତ୍ୟୁକୁ ମଧ୍ୟ ଡରେନାହିଁ ସେ ତା ମଧ୍ୟରେ.
ପିତାଙ୍କ ଠାରୁ ସେ ଉର୍ଦ୍ଧରେ
ମାଆ ଥିଲେ ପିଲାଟିଏ ସାହା ଆଉ ଖୋଜେନାହିଁ ସାରା ଜଗତରେ
ମାଆ ସ୍ନେହ ମମତାର ନାହିଁ ତୁଳନା
ଯୁଗେ ଯୁଗେ ମାଆର ସ୍ଥାନ ବହୁ ଉଚ ଆସନରେ.
ଦୁନିଆରେ ମାଆ ଜଣେ ଯିଏ ତାର ସ୍ନେହ ଭଲପାଇବାର
ନଥାଏ କୌଣସି ସ୍ୱାର୍ଥ
ମାଆ ବିନା ପିଲାଟିର ଦୁନିଆ ବ୍ୟର୍ଥ.
ଧନ୍ୟ ମାଆ ଧନ୍ୟ ତୋର ଚରିତ୍ର, ଧନ୍ୟ ତୋର ତ୍ୟାଗ
ପିଲାଟିଏ ପାଇଁ ଦୁନିଆରେ ସବୁଠାରୁ ମାଆ ଆଗ.
ଲେଖିକା,
ନିକିତା ବିଶ୍ୱାଳ












Leave a Reply