ବିବାହିତା ମହିଳା ନିଖୋଜ

Spread the love

ଦଶରଥପୁର-୧୫/୦୪(ନି:ପ୍ର) : ଦଶରଥପୁର ଥାନା ଡାହାଣହତା ପଞ୍ଚାୟତ ବଉଳାଙ୍ଗ ଗ୍ରାମର ଜୈନିକା ମହିଳା ସପ୍ତାହରୁ ଅଧିକ ଦିନ ହେବ ନିଜ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଦଶରଥପୁର ଥାନରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ବଉଳାଙ୍ଗ ଗ୍ରାମର ମୀର ଅସଲାମ ଅଲ୍ଲୀଙ୍କ ସାନ ବୋହୂ ପ୍ୟାରୀ ବେଗମ(୨୮) ଚଳିତ ମାସ ୫ ତାରିଖ ରାତିରେ ପରିବାରର ସମସ୍ତେ ଖାଇପିଇ ଶୋଇବା ପରେ ନିଜ ୨ଛୋଟ ପୁଅ,ଝିଅଙ୍କୁ ଛାଡି କେଉଁ ଆଡେ ନିଖୋଜ ହୋଇଯାଇଥିଲେ।ରାତିରେ ଛୋଟ ପିଲା ୨ଜଣ ମାଆକୁ ନପାଇ ପ୍ୟାରୀ ବେଗମ ଘରେ ନଥିବା ଜଣାପଡିଥିଲା।ପ୍ୟାରୀ ବେଗମଙ୍କୁ ଠାବ କରିବାକୁ ପରିବାର ଲୋକେ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର ପତ୍ତା ମିଳିନଥିଲା | ଖୋଜା ଖୋଜି କରି ନିରାଶ ହେବାପରେ ତାଙ୍କ ଶ୍ବଶୁର ଦଶରଥପୁର ଥାନାରେ ବୋହୂ ପ୍ୟାରୀ ବେଗମ ନିଖୋଜ ଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରି ତାଙ୍କୁ ଠାବ କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *