ଦଶରଥପୁର-୩/୫(ନି:ପ୍ର)-ସାରା ବିଶ୍ୱ ମେ ପହିଲାକୁ ଶ୍ରମିକ ଦିବସ ପାଳନ କରୁଥିବାବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଯାଜପୁର ଆଞ୍ଚଳିକ କମିଟି ଆନୁକୂଲ୍ୟରେ ମଙ୍ଗଳପୁର କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶ୍ରମିକ ଦିବସ ମହା ଆଡ଼ମ୍ବର ପୂର୍ଣ୍ଣ ଭାବରେ ପାଳନ ହୋଇ ଯାଇଛି।କୟାଁ, କମାରଡିହି,ଖାନନଗର,ଦତ୍ତପୁର,ଦୁଦୁରାଅଣ୍ଟା,ଅସନପୂର,ଦଶରଥପୁର,ଡାହାଣହତା,ପାଲଟପୁର,ମଙ୍ଗଳପୁର,ଥାଲୁକୁଡ଼ି,କନିକାପଡା ଆଦି ପଞ୍ଚାୟତର ସାଥୀ,ସମର୍ଥକ,କୃଷକ,ଶ୍ରମିକ,ଯୁବଛାତ୍ର,ମହିଳାମାନେ ଶହ ଶହ ସଂଖ୍ୟାରେ ଲାଲ ପତାକା ଧରି ସୁସଜ୍ଜିତ ମଶାଲ ଧରି ବାଜା,ବାଣ ସହ ଏକ ବିରାଟ ଶୋଭା ଯାତ୍ରାରେ ମଙ୍ଗଳପୁର ବଜାର ପରିକ୍ରମା କରି ସଭାସ୍ଥଳିରେ ପହଞ୍ଚି ଥିଲେ । ମଙ୍ଗଳପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଶୋଭା ଯାତ୍ରାକୁ ଶୃଙ୍ଖଳିତ ଭାବରେ ଦୀର୍ଘ ଦୁଇ କିଲୋମିଟର ଅତିକ୍ରମ କରାଇଥିଲେ।ପରେ ପରେ ମଳୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ସାଥୀ ପ୍ରସାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ କମ୍ରେଡ ମାନସ କୁମାର ବେହେରା ଯୋଗ ଦେଇଥିଲେ।ସେହିପରି ଜିଲ୍ଲା ସମ୍ପାଦକ ଈଶ୍ବର ପରିଡ଼ା,ସହ ସମ୍ପାଦକ ଅଭୟ କୁମାର ପଣ୍ଡା,ବରିଷ୍ଟ ସାଥୀ ନବକିଶୋର ବେହେରା,କନିକାପଡା ସମିତି ସଭ୍ୟା ସୁନୀତା ଦାସ,ଶିକ୍ଷକ ନେତା ରବି ଶତପଥି,ଆଞ୍ଚଳିକ କମିଟି ସମ୍ପାଦକ ଏସ ଶତପଥୀ ,ସହ ସମ୍ପାଦକ ଦ୍ବୋୟ ବିଜୟ ନାୟକ,ଚୌଧୁରୀ ଜେନା ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଶ୍ରମିକ ଦିବସ ଆନ୍ତର୍ଜାତିକ,ଜାତୀୟ,ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ଦୀର୍ଘ ଇତିହାସ ଓ ଶ୍ରମିକ ମାନେ ନିଜର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ କେତେ ବଳିଦାନ ଦେବା ସହ ବହୁ ସୁବିଧା ହାସଲ କରିଥିଲା ବକ୍ତା ମାନେ ବକ୍ତବ୍ୟ ରଖିଥିଲେ।ବର୍ତ୍ତମାନ କିପରି ପୁଞ୍ଜିବାଦ,ସାମ୍ପ୍ରଦାୟିକ ତାବାଦ ଶ୍ରମିକ ଶ୍ରେଣୀକୁ ଭାଗ ଭାଗ କରାଇ ଶ୍ରମ ଶୋଷଣ କରି ତାର ପୁଞ୍ଜି ବଢ଼ାଇ ଚାଲିଛି ସେ ନେଇ ଆନ୍ଦୋଳନତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ |ଭାରତ ଓ ଓଡ଼ିଶା ର ଚାଲିଥିବା ଡବଲ ଇଞ୍ଜିନ ସରକାର ରାଜନୈତିକ ଶ୍ରମିକ ଓ ଗରିବ ଜନସାଧାରଣ ସ୍ବାର୍ଥ ବିରୋଧୀ ଆଇନ ପ୍ରଣୟନ କରି ଚାଲିଛି ବୋଲି ସିପିଆଇ କ୍ଷୋଭ ପ୍ରକାଶ କରିଛି।
*ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଙ୍ଗଳପୁର ଶାଖା ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳିତ *












Leave a Reply