ଆଳି ୧୯/୧ ଆଳି ବ୍ଲକ୍ ମେଣ୍ଢପୁର ପଞ୍ଚାୟତ ପଦନପୁରରେ ୧୭ ରୁ ୧୯ ତିନିଦିନ ବ୍ୟାପି ଇସଲାମ ଧର୍ମର ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରାପଡା ଓ ଆଳି ପୋଲିସ୍ ପ୍ରଶାସନଙ୍କ ସହଯୋଗ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ସହଯୋଗରେ ଅଲ୍ ଓଡ଼ିଶା ଇସ୍ତେମା ଧର୍ମ ସମ୍ମିଳନୀ ମହା ସମାରୋହରେ କଡା ସୁରକ୍ଷା ସହିତ ପାଳନ ହୋଇଯାଇଛି। ତିନି ଦିନ ଧରି ଓଡ଼ିଶାର ହଜାର ହଜାର ଇସଲାମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଧର୍ମାଲୋଚନା ଓ ବିଭିନ୍ନ ପ୍ରସଙ୍ଗ ଧର୍ମ ନୀତିବାଣୀ ଉପରେ ଆଲୋଚନା ଏବଂ ନମାଜ ପାଠ କରିଥିଲେ । ଏହି ସମ୍ମିଳନୀରେ ଓଡ଼ିଶାର ପ୍ରାୟ ୭୦ ହଜାର ଇସଲାମ ଧର୍ମାବଲମ୍ବୀମାନେ ଯୋଗଦାନ କରିଥିଲେ। ଏହି ସମାବେଶରେ ସମ୍ମିଳନୀରେ ଆଳିର ମାନ୍ୟବର ବିଧାୟକ ପ୍ରତାପ କେଶରୀ ଦେବ ଓ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି ଏବଂ ଆଳିର ସବୁ ଦଳର ପ୍ରାର୍ଥୀ ଏବଂ ରାଜନେତା ମାନେ ଇସ୍ତେମା ସମ୍ମିଳନୀ ପଡିଆ ପରିଦର୍ଶନ କରିଥିଲେ।
ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମଧ୍ୟ ଇସ୍ତେମା ପର୍ବରେ ଯୋଗଦାନ କରିଥିଲେ।ଏହି ତିନି ବ୍ୟାପି ଆଳି ଅଞ୍ଚଳ ଜନ ସମୁଦ୍ରରେ ଜନସମାଗମର ଉତ୍ସବ ମୁଖରିତ ହୋଇଥିଲା। ଏହି ସମ୍ମିଳନୀରେ ପ୍ରାର୍ଥନା ସଭାର କାର୍ଯ୍ୟକ୍ରମ ୧୯ ତାରିଖ ଘ୧୧:୩୦ ମିନଟ୍ ସମାପ୍ତ ହୋଇଥିଲା। ପ୍ରାର୍ଥନା ସଭା ସରିବା ପରେ ଇସଲାମୀୟ ଶ୍ରଦ୍ଧାଳୁମାନେ ନିଜ ନିଜର ମାଟିକୁ ଫେରିଗଲେ। ଯାହାଫଳରେ ମଧ୍ୟାହ୍ନ ୧୨ ଘଟିକା ସମୟରୁ ଆଳି ଇସଲାମ ଶ୍ରଦ୍ଧାଳୁମାନଙ୍କ ଜନସମାଗମକୁ ପୋଲିସ ଏବଂ ଇସ୍ତେମା କମିଟି ତରଫରୁ ସଡ଼କ ସୁରକ୍ଷାର ଯାତାୟାତ ବ୍ୟବସ୍ଥାକୁ ନିରାପତ୍ତା ସହ ହିନ୍ଦୁ ମୁସଲମାନ ଭାଇଚାରାର ଏକତା ଭିତରେ ଶାନ୍ତି କମିଟି ତରଫରୁ ନିଡାମ୍ଵର ସହକାରେ ପରିଚାଳନା କରାଯାଇଥିଲା। ଆଳିର ଇସ୍ତେମା ପରିଚାଳନା କମିଟିର ସବୁ ବ୍ୟବସ୍ଥାର ସୁ-ବନ୍ଦୋବସ୍ତ କରିଥିଲେ ଶ୍ରଦ୍ଧାଳୁମାନଙ୍କ ପାଇଁ।
ତିନି ଦିନ ବ୍ୟାପୀ ଆଳିରେ ଅଲ୍ ଓଡ଼ିଶା ଇସ୍ତେମା ସମ୍ମିଳନୀ ସମାପନା












Leave a Reply