ଦଶରଥପୁର-ଦଶରଥପୁର ବ୍ଲକ ପକ୍ଷରୁ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ପିଏମଶ୍ରୀ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଯାଜପୁର ବିଧାୟିକା ସୁଜାତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶିବିରଟିକୁ ଉଦଘାଟନ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଆକାଶ ପଟ୍ଟନାୟକ,ଏବିଡ଼ିଓ ତ୍ରିଲୋଚନ ସେଠୀ,ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଶାନ୍ତ ମହାନ୍ତି,ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ରମେଶ ଚନ୍ଦ୍ର ମଲ୍ଲିକ ଓ ଗୋପାଳ ଚନ୍ଦ୍ର ମଲ୍ଲିକ,ଡ଼ିଏସଏସଓ ଜାନକୀ ହେମ୍ବ୍ରମ,ବ୍ଲକ ଅଧକ୍ଷ ଦିଗମ୍ବର ମଲ୍ଲିକ,ଦଶରଥପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ ବିହାରୀ ଜେନା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱାଧୀନ କ୍ରିଷ୍ଣାବାଳା,୬ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ,ସିଡ଼ିପିଓ ଶାନ୍ତିଲତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଚକ୍ଷୁ, ଭେସଜ, ମାନସିକ, କର୍ଣ୍ଣ ନାଶା ଓ ଗଳା ଓ ଅସ୍ଥି ଶଲ୍ୟ ବିଭାଗରୁ ୧୬୮ ଜଣ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ(ଯାଜପୁର)ର ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା।ଏହି ଅବସରରେ ୩ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରବଣ ଯନ୍ତ ଓ ୨ଜଣଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ପଦାଧିକାରୀଙ୍କ ସମେତ ୩୫ଟି ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଦଶରଥପୁର ବ୍ଲଜ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର












Leave a Reply