ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସୃଜନୀ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

Spread the love

ଦଶରଥପୁର-ଦଶରଥପୁର ବ୍ଲକ ଦୁଦୁରାଅଣ୍ଟା ପଞ୍ଚାୟତ ଦୁଦୁରାଅଣ୍ଟା ଗ୍ରାମସ୍ତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସୃଜନୀ ୨୦୨୬ ଓ ବାର୍ଷିକ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମ୍ପାଦକ ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱ ସଭାରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ କଟକ ଜିଲ୍ଲା ରେଡ଼କ୍ରସ ଅଧିକାରୀ ମିହିର କୁମାର ପରିଡା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଆରସିସି ନିରଞ୍ଜନ ନାୟକ,ମହତାବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ରାୟ, ଶିକ୍ଷକ ନିରଞ୍ଜନ ନାୟକ, ଗୋପୀନାଥ ଜୀୟୁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟମ୍ବଦା ଲେଙ୍କା, ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟାଧର ସାହୁ,ବିଶିଷ୍ଟ ଚାଷୀ ପ୍ରକାଶ କୁମାର ସାମଲ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଗାନ କରିଥିବାବେଳେ ବିଦ୍ୟାଳୟ ଛାତ୍ରୀମାନେ ସ୍ୱାଗତ ସଂଗୀତରେ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସଂମାନ ଜଣାଇଥିଲେ।ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପୁଷ୍ପମାଲ୍ୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ମହେଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିପ୍ରଭା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥି ମାନେ ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ବର୍ଷା ବେହୁରିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷୟତ୍ରୀ ତପସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିବାରେ ଅରୁଣା ବାଳା ସାମଲ, ଯାଜ୍ଞେସ୍ୱନି ପଣ୍ଡା,ନମିତା ମଲ୍ଲିକ, ଶୁଚିସ୍ମିତା ରାଉତ,ପ୍ରିୟଙ୍କା ମହାନ୍ତି, ଧରିତ୍ରୀ ସାହୁ,ଆୟା ମାନସୀ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ବହୁତ ଅଭିଭାବକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *