ଦଶରଥପୁର -ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ମଲ୍ଲିପୁର ଗ୍ରାମସ୍ଥିତ ନବଗ୍ରହ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ତଥା ବିଶ୍ୱ ମାନବ କଲ୍ୟାଣ ମାନସିକ ଶାନ୍ତି ନିମିତ୍ତ ତ୍ରିଦିବସୀୟ ବିଶ୍ଵାସନ୍ତି ଗ୍ରହଯଜ୍ଞ ୨୯ ତାରିଖ ଠାରୁ ଆରମ୍ଭ ହୋଇ ୧ ତାରିଖ ରବିବାର ଶେଷ ହୋଇଯାଇଛି | ୨୯ ତାରିଖ ଗୁରୁବାର ଅଙ୍କୁରାପୋଣ, ଶୁକ୍ରବାର କଳସଯାତ୍ରା, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ, ଓ ଯଜ୍ଞ ଆରମ୍ଭ ହୋଇଥିଲା।ଶନିବାର ଯଜ୍ଞାଧିଷ୍ଠାନ ଓ ରବିବାର ପ୍ରସାଦ ସେବନ ଏବଂ ସନ୍ଧ୍ୟା ୫ ଟାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା|ଯଜ୍ଞରେ ମଲ୍ଲିପୁର ଗ୍ରାମର ରତିକାନ୍ତ ନାୟକ ଓ ତାଙ୍କ ସହଧର୍ମିଣୀ ବୈଦେଇ ନାୟକ ସଂକଳ୍ପ କରିଥିବାବେଳେ ପୁରୋହିତ ଲଷ୍ମୀଧର ନାୟକ,ଗଙ୍ଗାଧର ନାୟକ,ନୀଳାମ୍ବର ନାୟକ, ଶ୍ରୀନାଥ ଚନ୍ଦ୍ର ନାୟକ, ଅଭିରାମ ନାୟକ, ମଧୁ ନାୟକ ପ୍ରମୁଖ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଶନିବାର ସନ୍ଧ୍ୟରେ ନବଗ୍ରହ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭା କମିଟିର ଉପଦେଷ୍ଟା ଶ୍ରୀନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଏସଜି କଲେଜର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ ବିଜୟ କିଶୋର ସାମଲ, ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ ପାତ୍ର, ସମ୍ପାଦକ ରଜନୀ କାନ୍ତ ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପୃଷ୍ଟି, ଗୋପବନ୍ଧୁ କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବିଶ୍ୱମ୍ବର ନାୟକ ପ୍ରମୁଖ ଯୋଗଦେଇ ଥିବା ବେଳେ କମିଟିର ସଭ୍ୟ ଅଖିଳ ନାୟକ ମଞ୍ଚ ପରିଚାଳନା କରିଥିଲେ | ସ୍ଥାନୀୟ କୟାଁଗୋଲା ଅଞ୍ଚଳର ବିଶିଷ୍ଠ ସମାଜସେବୀ ତଥା ଆଇନଜୀବୀ ବୈକୁଣ୍ଠ ପରିଡ଼ା ଓ ନିର୍ଭିକ ସାମ୍ବାଦିକତା କ୍ଷେତ୍ରରେ ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ପ୍ରତିଭା ଧାରୀ
ପ୍ରତିଭାମାନ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ଦଶରଥପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନା କରିବାରେ ଶସଧର ନାୟକ , ଅଶୋକ ନାୟକ, ଶିବ ପ୍ରସାଦ ନାୟକ, କେଶବ ପାତ୍ର, ପ୍ରଦୀପ୍ତ ନାୟକ, ଆରତ ନାୟକ, ତ୍ରିଲୋଚନ ନାୟକ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଭ୍ୟଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ|
ନବଗ୍ରହ ମନ୍ଦିରର ୧୧ ତମ ତ୍ରିଦିବସୀୟ ବିଶ୍ଵଶାନ୍ତି ଗ୍ରହ ମହାଯଜ୍ଞ ଓ ସମ୍ବର୍ଦ୍ଧନା ସଭା












Leave a Reply