ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ୍

Spread the love

ହିନ୍ଦୋଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଏବେ ଚରମାସୀମାରେ ପହଞ୍ଚିଲାଣି । କିଛି ପ୍ରଭାବଶାଳୀ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ହାତବାରିସୀ କରି ଠିକାଦାର ମାନେ ଲୁଟିବାରେ ଲାଗିଛନ୍ତି ହିନ୍ଦୋଳ ନିର୍ବାଚନମଣ୍ଡଳୀକୁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକରେ ମାଳମାଳ। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ ମହାଲୁଣ୍ଡା ପଞ୍ଚାୟତରେ ନିର୍ମାଣ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ କରସାହି ଠାରୁ ଭାୟା କୃଷ୍ଣଚନ୍ଦ୍ରପୁର ଦେଇ ମହାଲୁଣ୍ଡା ପର୍ଯ୍ୟନ୍ତ ପିଚୁ ରାସ୍ତା କାର୍ଯ୍ୟ ଅତି ନିମ୍ନ ମାନର ହୋଇଛି। କାର୍ଯ୍ୟ ହେବାର ମାତ୍ର ଛଅ ଦିନ ହୋଇଛି କି ନାହିଁ ପିଚୁ ଛେଲା ଛେଲା ହୋଇ ଉପରକୁ ଉଠିଯାଉଛି। ଏହା ପୂର୍ବରୁ ହିନ୍ଦୋଳରୁ କଞ୍ଜା ଭାୟା କରାବିରା ନୂଆକୋଟ ରାସ୍ତା ମଧ୍ୟ ଦୁଇଦିନ ମଧ୍ୟରେ ଉଠିଯାଇଥିବାର ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ଯେଉଁଠାରେ କଂକ୍ରିଟ୍ ନିର୍ମାଣ ହୋଇଥିଲା। ତାହା ମଧ୍ୟ ଫାଟି ମାନଚିତ୍ର ପାଲଟିଯାଇଛି। ତେବେ ସରକାରୀ ଅର୍ଥକୁ ସଠିକ୍ ଉପାୟରେ ବ୍ୟବହାର କରାନଯାଇ ଏପରି ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍ କରୁଥିବାର ଅଭିଯୋଗ ହେଉଛି। ଯାହାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଆଗାମୀଦିନରେ ଏଥିରେ କିଛି ସୁଧାର ନଆସେ ତେବେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *