ଗଞ୍ଜେଇ ସହ ରାଜ୍ୟ ବାହାର ମାଫିଆ ଗିରଫ

Spread the love

ବାଲିଗୁଡା, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ନିକଟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ରାଜ୍ୟ ବାହାର ଚାଲାଣକାରୀକୁ ଗଞ୍ଜେଇ ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।କ.ନୂଆଗାଁ ପୋଲିସ ଦଳ ପେଟ୍ରୋଲିଂ ବେଳେ ଦାରିଙ୍ଗିବାଡ଼ି ଛକରେ ଗଞ୍ଜେଇ ଅଖା ଧରି ଚାଲାଣ କରିବା ପାଇଁ ମାଫିଆ ବସକୁ ଅପେକ୍ଷା କରିଥୂଲା। ତେବେ ମାଫିଆ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିବା ପାଇଁ ଦୌଡ଼ୁଥ‌ିବା ବେଳେ ପୋଲିସ କାବୁ କରିଥିଲା।ପରେ ସେଠାରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଅଖାରେ ଥିବା ୨୧ କେଜି ଗଂଜେଇ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣକାରୀ କର୍ଣ୍ଣାଟକ ରାଜ୍ୟ ବିଜାପୁର ଜିଲ୍ଲା ମୁଦେବାହାଲ ଥାନା ଅଞ୍ଚଳର ମହମ୍ମଦ ସାୟଦର ପୁଅ ସଜିଦ ମହମ୍ମ ମହମ୍ମଦ ସାୟଦ (୨୮) କୁ ପୋଲିସ ଗିରଫ କରିଛି।ଏଥିରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା ,ଏଏସଆଇ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ପୋଲିସ କର୍ମଚାରୀ କର୍ମଚାରୀ ସହଯୋଗ କରିଥିଲା ବେ ବେଳେ ଏସକ୍ରାନ୍ତିରେ ଥାନା କେସ ନଂ ୪୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥୂବା ବିଷୟ ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *