ଚିକିତ୍ସା ରେ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗୁହାରୀ

Spread the love

ବାଲିଗୁଡା, ତା, ୦୬/୦୩ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ୧୧ ନମ୍ବର ୱାର୍ଡ଼ରେ ଥ‌ିବା ସାରଙ୍ଗଗଡ଼-ବାଲିଗୁଡ଼ା ମୁଖ୍ୟ ରାସ୍ତାକଡ଼ ବଲମର ପଦା ଗାଁ’ରେ ବସବାସ କରୁଥିବା ମାଳିନୀ ପ୍ରଧାନ (୨୩) ପ୍ରାୟ ୫ ବର୍ଷ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି। ବର୍ତ୍ତମାନ ମାଳିନୀର ପେଟ ଅସ୍ବାଭାବିକ ଭାବେ ବଢ଼ିବା ସାଙ୍ଗକୁ ଯନ୍ତ୍ରଣା ଭୋଗୁଛନ୍ତି। ଘରେ ଏକ ମାତ୍ର ରୋଜଗାରିଆ ଭାଇ ଯଶୋବନ୍ଧ ପ୍ରଧାନ (୨୬) କୁଲି ମଜୁରି କରି ପରିବାର ଚଳାଉ ଥ‌ିବା ବେଳେ ଭଉଣୀ ମାଳିନୀର ଉତ୍ତମ ଚିକିତ୍ସା କରି ପାରୁ ନାହାନ୍ତି। ଏପଟେ ବୃଦ୍ଧ ବାପା ମୃତ ହୋଇଥିବା ବେଳେ ଘରେ ପକ୍ଷାଘାତ ଆକ୍ରାନ୍ତି ମାଆ ରହିଥ‌ିବା ଯୋଗୁଁ ଭଉଣୀର ଚିକିତ୍ସା କରିବା ପାଇଁ ଆଉ ସମ୍ବଳ ନାହିଁ। ଭଉଣୀ ମାଳିନୀକୁ ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇ ଖର୍ଚ୍ଚାନ୍ତ ହୋଇ ପାଖରେ ଯାହା ଥୂଲା ବିକି ଭାଙ୍ଗି ସବୁ ସାରି ଦେଇଛନ୍ତି। ଦୂରକୁ ନେଇ ଅଧୂକ ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମାଳିନୀକୁ ଉନ୍ନତ ମାନର ପାଇଁ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି l ଏ ନେଇ କ.ନୂଆଗାଁ ବିଡ଼ିଓ ସୁଶ୍ରୀ ଶୁଭ୍ରାଞ୍ଜଳୀ ପ୍ରଧାନ ଓ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସରକାରୀ ସ୍ତରରେ ଯାହା ସହାୟତା ହୋଇ ପାରିବ ଏବଂ ଅଧୂକ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ଯମ ପ୍ରତିନିଧୂଙ୍କ ଆଗରେ ପ୍ରକାଶ କରିଛନ୍ତି।ଏହା ସହ ମାଳିନୀ ପ୍ରଧାନଙ୍କୁ କୌଣସି ସହୃଦୟ ବ୍ୟକ୍ତି ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ କରି ପାରିଲେ ପରିବାର ବର୍ଗ ଉପକୃତ ହେବେ ବୋଲି ପିଡିତା ପ୍ରକାଶ କରିଥିବା ବେଳେ ଭାଉଜ ମିନାକ୍ଷୀ କହଁର ୭୯୭୮୫୦୦୪୦୬ ଫୋନ୍ ନଂରେ ଯୋଗାଯୋଗ କରି ବ୍ୟାଙ୍କ ଏକାଉଣ୍ଟ୍ ନଂ ୩୪୪୫୧୩୭୮୪୮୬ ରେ ଆର୍ଥକ ସହାୟତା ଯୋଗାଇ ଦେଲେ ନଣନ୍ଦର ଚିକିତ୍ସା କରିବା ସହିତ ପରିବାର ଉପକୃତ ହେବେ ବୋଲି ମିନାକ୍ଷୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *