କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ରତ୍ନାକର ସେଠୀ ଙ୍କ, ଗତ କାଲି ସନ୍ଧ୍ୟାରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ୩, ବଖରା ବାସଗୃହ ସମ୍ପୂର୍ଣ ପୋଡ଼ି ଭସ୍ମୀଭୂତ ହୋଇଯାଇଛି, ଘରେ ଯାହା ଧାନ, ଚାଉଳ ବିରି, ମୁଗ, ଟଙ୍କା ପଇସା, ସୁନା, ରୂପା ଆସବା ପତ୍ର ଥିଲା ତାହା ସମ୍ପୂର୍ଣ ପୋଡ଼ି ଭସ୍ମୀଭୂତ ହୋଇଯାଇଛି, ପରିବାର କହିଲେ ଛୋଟ ବଡ ୭,ପ୍ରାଣୀ କୁଟୁମ୍ବ, ପିନ୍ଧିଥିବା ବସ୍ତ୍ର ଖଣ୍ଡେ ଛାଡିଦେଲେ ଆଉ କୌଣସି ଜିନିଷ ପତ୍ର ଉଦ୍ଧାର କରିପାରିନାହାନ୍ତି, ବର୍ତ୍ତମାନ୍ ସମ୍ପୂର୍ଣ ପରିବାର ବେସାହାରା ହୋଇଯାଇଛନ୍ତି, ଏଭଳି ଏକ ଦୁଃଖଦ ଖବର ଶୁଣିଲା ପରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ସଭାପତି, ଚନ୍ଦନ କୁମାର ମହାରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସାହାଯ୍ୟ ସହୋଜୋଗ ରେ, ଆଜି ଉକ୍ତ ଅଗ୍ନି ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ତାଙ୍କୁ ଟିକେ ସାନ୍ତ୍ଵନା ଦେବା ସହିତ ଦୁଇ ମାସର ରାସନ୍ ସାମଗ୍ରୀ ସହିତ ବସ୍ତ୍ର, ପାଲ, ବାଲ୍ଟି, ସପ୍, ମଘ, ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ l ଏବଂ ଉକ୍ତ ଟ୍ରଷ୍ଟ ତରଫରୁ ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ମାନଙ୍କୁ ନିବେଦନ କରି କହିଛନ୍ତି ଏହି ଅଗ୍ନି ବିପନ୍ନ ପରିବାରଙ୍କ ବିପଦ ସମୟରେ ତାଙ୍କ ନିକଟରେ ଟିକେ ପହଞ୍ଚି ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ
ଆଜିର ଏହି ଘର ପୋଡ଼ି ପୋଗ୍ରାମ୍ ରେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ତରଫରୁ ସଭାପତି, ଚନ୍ଦନ କୁମାର ମହାରଣାଙ୍କ ସମେତ ଉପଦେଷ୍ଟା ବିଜନ୍ କୁମାର ପାଢିଆରୀ, ଜୟନ୍ତୀ ରାଉତ୍, ରଜତ ରଞ୍ଜନ ବେହୁରା, ସଞ୍ଜୟ କୁମାର ପଣ୍ଡା, ଶିଶିର କୁମାର ସେଣ, ପ୍ରଭାତୀ ସାହୁ, ଅମର କୁମାର ମଲିକ, ଲକ୍ଷ୍ମୀଧର ବେହେରା, ଶୁଭ୍ର ଶୁଭଙ୍କର ବିଶ୍ଵାଳ, ଶ୍ରୀକାନ୍ତ ମଲ୍ଲିକ, ଉପସ୍ଥିତ ଥିଲେ l ଏଭଳି ଏକ ମହତ୍ତ୍ଵ ସେବା କାର୍ଯ୍ୟ ଦେଖି ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ମାନେ ଉକ୍ତ ଟ୍ରଷ୍ଟ ଙ୍କୁ ଭୂରି, ଭୂରି ପ୍ରଶଂସା କରିଥିଲେ l
ଅଗ୍ନି ବିପନ୍ନ ପରିବାରଙ୍କୁ ସାହଯ୍ୟର ହାତ ବଢାଇଲେ ପତ୍ରପୁର, ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ












Leave a Reply