ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ଥାନାରେ ନୂତନ ଆଇଆଇସି ଭାବେ ବିଶ୍ୱରଂଜନ ମହାନ୍ତି ଯୋଗଦେଇଛନ୍ତି। ନୂତନ ଆଇଆଇସି ଶ୍ରୀ ମହାନ୍ତି ଏହା ପୂର୍ବରୁ ଭାପୁର ଫାଣ୍ଡିରେ କାର୍ଯ୍ୟ କରୁଥିଲେ। ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ , ଦୁର୍ନୀତିମୁକ୍ତ ତଥା ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି। ଆଇନଶୃଙ୍ଖଳା ପ୍ରତି ବିଶେଷ ଗୁରୁତ୍ବ ଦେବା ସହ ଥାନାକୁ ଆସୁଥିବା ଗରିବଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ତାଙ୍କର ମୂଳଲକ୍ଷ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି।
ରାସୋଳ ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ












Leave a Reply