ଶିଶୁ ନିଖୋଜ ଘଟଣାକୁ ୭ମାସ ବିତିଲାପୁଲିସ୍ ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ

Spread the love

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଦଣ୍ଡିରୀ ପଞ୍ଚାୟତ ଅନ୍ତର୍ଗତ କନକା ଗ୍ରାମରୁ ଏକ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ପତ୍ତା ମିଳି ପାରିଲାନାହିଁ। ସୂଚନା ଅନୁଯାୟୀ ବହୁଦିନ ପୂର୍ବେ ମଧ୍ୟାହ୍ନ ସମୟରେ କନକା ଗ୍ରାମର ହୃଦାନନ୍ଦ ପ୍ରଧାନ କାମକୁ ଯିବାପରେ ସ୍ତ୍ରୀ ବର୍ଷା ପ୍ରଧାନ ଦେଢ଼ ବର୍ଷର ଶିଶୁପୁତ୍ରକୁ ଘରେ ଛାଡ଼ି କୌଣସି ଏକ କାର୍ଯ୍ୟ କରୁଥିଲେ। କାର୍ଯ୍ୟସାରି ଘରକୁ ଆସି ଦେଖନ୍ତି ତ ପୁଅ ତାଙ୍କର ଘରେ ନାହିଁ। ୫ ମିନିଟ୍ ବ୍ୟବଧାନରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଇନଥିଲେ। ଶେଷରେ ନିରାଶ ହୋଇ ରାସୋଳ ଥାନାରେ ପୁଅ ନିଖୋଜ ହୋଇଥିବାର ଅଭିଯୋଗ କରିଥିଲେ। ରାସୋଳ ପୁଲିସ୍ ଓ
ସାଇଣ୍ଟିଫିକ୍ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁପୁତ୍ରର ସନ୍ଧାନ ପାଇନଥିଲେ। ଦୀର୍ଘ ୭ମାସ ବିତିଯାଇଥିଲେ ମଧ୍ୟ ଶିଶୁଟିର ସନ୍ଧାନ ଏଯାଏ ମିଳିପାରିନାହିଁ। ଫଳରେ ପୁଅକୁ ନପାଇ ପରିବାରଲୋକେ ଦୁଶ୍ଚିନ୍ତାରେ କାଳାତିପାତ କରୁଛନ୍ତି। ଶିଶୁଟି ଜୀବିତ ଅଛି କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ବେଡାପଡା ଗ୍ରାମର ସରକାରୀ ଓକିଲ ଥିବା ସୁଶୀଲ ଗଡ଼ନାୟକଙ୍କୁ ଏକ ଯୁବକ ଛୁରାମାଡ କରିଥିଲା। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରାସୋଳ ପୁଲିସ୍ ସଂପୃକ୍ତ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଦାୟିତ୍ଵରେ ଥିବା ଥାନାଅଧିକାରୀଙ୍କର କାର୍ଯ୍ୟକାଳ ଶେଷ ହେଲା ପଛେ ନିଖୋଜ ଶିଶୁ ପୁତ୍ରର ତିଳେମାତ୍ର ସନ୍ଧାନ ମିଳିଲା ନାହିଁ। ଯେଉଁଥିପାଇଁ ପୁଲିସ୍ ର ପାରିବାପଣିଆ ଉପରେ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କେବେ ପୁଲିସ୍ ପ୍ରଶାସନ ସଜାଗ ହେବ ଏବଂ ଜନସାଧାରଣ ସୁରକ୍ଷା ପାଇବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *