ଗୋଚର ଯାଗାରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମାମଲାଉଚ୍ଚ ନ୍ୟାୟାଳୟରେ ମାମଲା ଖାରଜଗୋଚର ଜାଗାରୁ ୪ ଡିସମିଲ ଜାଗା ମୂର୍ତ୍ତି ସ୍ଥାପନ ପାଇଁ ଯୋଗେଇ ନିର୍ଦ୍ଦେଶଦଶରଥପୁର-୪/୪(ନି. ପ୍ର ):ଜଗନ୍ନାଥଙ୍କ ପ୍ରିୟ ସଖା ତଥା ତାଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ଜୀବନ କାଳ ଯେତିକି ସଂଘର୍ଷ ପୂର୍ଣ୍ଣ ଥିଲା ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ସେତିକି ସଂଘର୍ଷ କରିବାକୁ ପଡ଼ିଲାଣି।ବନ୍ଧୁ ମହାନ୍ତିଙ୍କ ଜନ୍ମ ସ୍ଥାନ ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ଦତ୍ତପୁର ଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଦ୍ଧିଵଧ ଭାବରେ ସରକାରଙ୍କ ତରଫରୁ ଘୋଷଣା ହେବା ସହିତ ୩/୫/୨୫ରିଖରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବନ୍ଧୁ ମହାନ୍ତିଙ୍କ ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇସାରିଛି।ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ କିଛି ଦିନ ବାକି ଥିବାବେଳେ ଦତ୍ତପୁର ପଞ୍ଚାୟତର କିଛି ଲୋକ ଉକ୍ତ ସ୍ଥାନଟି ଗୋଚର ଜମି ଉପରେ କେମିତି ପ୍ରତିମୂର୍ତ୍ତି ସ୍ଥାପନ କରାଗଲା ଏନେଇ ପ୍ରଥମେ ଯାଜପୁର ଜିଲ୍ଲାପାଳ ଓ ପରେ ୭/୫/୨୫ରିଖରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ।ଉଚ୍ଚ ନ୍ୟାୟାଳୟ ଯାଜପୁର ଜିଲ୍ଲାପାଳଙ୍କୁ ତନଖି କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୫/୫/୨୫ରେ ନିର୍ଦ୍ଦେଶ ଦେଇଥିଲେ।ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସଠିକ ଢଙ୍ଗରେ ସମସ୍ତ ନୀତିନିୟମ ଭିତରେ ସମସ୍ତ କାର୍ଯ୍ୟ କରିଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ ୨୯/୧/୨୫ ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇ ଥିଲେ।ଦତ୍ତପୁର ମୌଜା ଖାତା ନମ୍ବର ୧୪୩୨ ପ୍ଲଟ ନମ୍ବର ୩୧୭୮ଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।ଏହାକୁ ଚାଲେଞ୍ଜ କରି ଦତ୍ତପୁର ପଞ୍ଚାୟତର କିଛି ଲୋକ ଉଚ୍ଚ ନ୍ୟାୟାଳୟରେ କେସ ନମ୍ବର -ଡବ୍ଲୁ.ପି(ସି)ନମ୍ବର-୬୩୧୮/୨୦୨୬ରେ ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଯାଜପୁର ଜିଲ୍ଲାପାଳଙ୍କ ଆଦେଶକୁ କାଏମ ରଖି ଉକ୍ତ ପ୍ଲଟ ଉପରେ ଏ୦.୦୪ଡ଼ିସିମିଲ ଉପରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଅନୁମତି ଦେବା ସହିତ ପ୍ରତିପକ୍ଷଙ୍କ ଆବେଦନକୁ ଖାରଜ କରିଥିଲେ।ଉଚ୍ଚ ନ୍ୟାୟାଳୟଙ୍କ ଉକ୍ତ ନିର୍ଦ୍ଦେଶ ପରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ବାଟ ଫିଟିଛି।ଉକ୍ତ ନିର୍ଦ୍ଦେଶ ପରେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଏଥିପାଇଁ ଉଚ୍ଚ ନ୍ୟାୟାଳୟ ଓ ଯାଜପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଗନ୍ନାଥ ପ୍ରେମୀ।












Leave a Reply