ନାଲକୋରେ ଡ୍ୟୁଟି ପ୍ରତାରଣା, ସ୍ଥାୟୀ ନିଯୁକ୍ତି ଦାବୀ ନେଇ ସ୍କେଲଟର ଫାଟକ ସମ୍ମୁଖରେ ଧାରଣା

Spread the love

ଅନୁଗୋଳ: ୦୪/୦୪ କୁଲାଡ ଗ୍ରାମର ମୃତ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ପରିବାର ପକ୍ଷରୁ ନିଯୁକ୍ତି ଦାବୀ ନେଇ ସ୍କେଲଟର ଗେଟ୍ ସମ୍ମୁଖରେ ଧାରଣା । ସୂଚନା ଯେ, କିଛି ମାସ ପୂର୍ବରୁ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନାଲକୋକୁ ଡ୍ୟୁଟି ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିଲେ। ଘଟଣାକୁ ଚାରି ମାସ ବିତିଯାଇଥିଲେ ମଧ୍ୟ, ନାଲକୋ ପକ୍ଷରୁ କୌଣସି କ୍ଷତିପୂରଣ ମିଳିନଥିବା ଅଭିଯୋଗ ଆସିଛି। ଏହା ସହିତ, ମୃତକଙ୍କ ପତ୍ନୀ ସୁନିତା ଦାସଙ୍କୁ ଚାରି ମାସ ପରେ ଯୋଗ୍ୟତା ଥାଇ ମଧ୍ୟ ଝାଡୁ କରିବା ଠିକା ନିଯୁକ୍ତି ଦିଆଯାଇଥିବା ବେଳେ ଗୋଟିଏ ଦିନ ଡ୍ୟୁଟି କରିବା ପରେ ସୁପର ଭାଇଜର ତାଙ୍କର ଗେଟ୍ ପାସ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ସୁନିତା । ଏହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଥିବାବେଳେ, ଗ୍ରାମବାସୀ ଓ ସମାଜସେବୀମାନଙ୍କ ସହଯୋଗରେ ନାଲକୋ ସ୍ମେଲଟର ଗେଟ ସମୁଖରେ ଧାରଣାରେ ବସିଛନ୍ତି ।ଯୋଗ୍ୟତା ଭିତ୍ତିକ ଡ୍ୟୁଟି ପାଇଁ ତିନି ଲକ୍ଷ ଟଙ୍କା ବଡ଼ ଅଫିସର ହିମାଁଶୁ ଶେଖର ପ୍ରଧାନ (ସି ଜି ଏମ୍,ଏଚ଼ଆରଡି) ଦାବୀ କରୁଛନ୍ତି ବୋଲି ସୁନିତା ଦାସ କହିଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଉଛି ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବା ସହିତ ସୁନିତାଙ୍କୁ ସ୍ଥାୟୀ ଭାବରେଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଯୋଗାଇ ଦିଆଯାଉ ବୋଲି ଦାବୀ କରିଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଡ୍ୟୁଟିକୁ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲେ କମ୍ପାନୀ ପକ୍ଷରୁ ଦାୟିତ୍ୱ ନେବା ଆବଶ୍ୟକ। ଏପରି ପରିସ୍ଥିତିରେ ପରିବାରକୁ ସହାୟତା ନମିଳିବାକୁ ନେଇ ସେମାନେ ଅସନ୍ତୋଷ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *