ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତଦଶରଥପୁର-୪/୪(ନି. ପ୍ର ):ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ୭ ଜଣ ଛାତ୍ରୀ ନାମ ଲେଖାଇ ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଛୋଟି ନେଇଥିଲେ | ପରେ ପରେ ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଟ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିସୁନ ଟୁଡୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟପ୍ରକାଶ ନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କ୍ରୀଡା ଶିକ୍ଷକ ଉତ୍ପଳ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ସୁଜାତା ସାହୁ, ଲଷ୍ମୀପ୍ରିୟା ପ୍ରଧାନ, ସ୍ନେହାଞ୍ଜଳି ଯେନା ପ୍ରମୁଖ ଖଡ଼ି ଛୁଆଁଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *