ବାପ କଲା ପାପଅଭିଯୁକ୍ତ ବାପା କୋର୍ଟଚାଲାଣ

Spread the love

ହିନ୍ଦୋଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମରୁ ଆସିଛି ଏକ ଲଜ୍ଜାଜନକ ଘଟଣା। ବାପ କଲା ପାପ, ନିଜ ଜନ୍ମିତ ଅନ୍ଧୁଣୀ ଝିଅକୁ ବାପ ଗର୍ଭବତୀ କରାଇ ପ୍ରସୂତି ସମୟରେ ଧରାପଡିଲା ବାପର ପାପ। ସୁଚନା ଅନୁଯାୟୀ ବମ୍ପା ଗ୍ରାମର ସୁଷମା ସେଠୀ ତାଙ୍କ ଝିଅର ପ୍ରସୂତି ପାଇଁ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳକୁ ନେଇଥିଲେ। ପ୍ରସୂତି ପରେ ମେଡିକାଲ୍ କତ୍ତୃପକ୍ଷ ତାଙ୍କର ପରିଚୟ ପଚାରିଥିଲେ। ଏହାପରେ ରାହାସଙ୍କ ପତ୍ନୀ ସୁଷମା ତାଙ୍କ ସ୍ୱାମୀ ଏଭଳି କୁକର୍ମ କରିଥିବା ନେଇ ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। ଏ ନେଇ ଡାକ୍ତର ସଙ୍ଗେସଙ୍ଗେ ଘଟଣା ସଂପର୍କରେ ସ୍ଥାନୀୟ ଥାନାକୁ ଜଣାଇଥିଲେ। ସ୍ଥାନୀୟ ଥାନା ସଂପୃକ୍ତ ଥାନା ରାସୋଳକୁ ଅବଗତ କରାଇଥିଲେ। ରାସୋଳ ଥାନାର ନୂତନ ଥାନାଅଧିକାରୀ ବିଶ୍ବରଂଜନ ମହାନ୍ତି ସଦଳବଳେ ପ୍ରସୂତିଙ୍କ ନିକଟରେ ପହଞ୍ଚି ତାଙ୍କର ସେବା ଯତ୍ନ ସଂପର୍କରେ ପଚାରି ବୁଝିବା ସହ କେସ୍ ନଂ ୮୫/୨୬ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲେ। ତଦନ୍ତରେ ଅଭିଯୁକ୍ତ ବାପା ରାହାସ ସେଠୀ(୫୯) ଏଭଳି କୁକର୍ମ ଝିଅ ସହ କରିଥିବା ନେଇ ଜାଣିବାକୁ ପାଇଥିଲେ। ଫଳରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *