ବେଆଇନ ଗାଡି ପାର୍କିଂ ଉପରେ ମଙ୍ଗଳପୁର ପୋଲିସର ଫାଇନ କଟା ଆରମ୍ଭଦଶରଥପୁର-୫/୪ (ନି. ପ୍ର ):ମଙ୍ଗଳପୁର ବଜାରରେ ଦିନକୁ ଦିନ ଟ୍ରାଫିକ ଯାମ ହେବାର ଲକ୍ଷ କରାଯାଉଛି।ଏହାର ପ୍ରମୁଖ କାରଣ କିଛି ବ୍ୟବସାୟୀଙ୍କ ମାଲ ବୋଝଇ ଗାଡି ଆସି ସକାଳ ୧୦ ଘଟିକାରୁ ୧୨ଘଟିକା ଯାଏ ରାସ୍ତା ଉପରେ ବଡ଼ ଟ୍ରକ ଥୋଇ ଅନଲୋର୍ଡ କରୁଛନ୍ତି ଫଳରେ ଆମ୍ବୁଲାନ୍ସ ସମେତ ଶହ ଶହ ମଟର ସାଇକେଲ ସ୍କୁଲ ଗାଡି ଯାମରେ ଫସି ରହୁଛନ୍ତି।ଏ ପ୍ରକାର ଯାମର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଙ୍ଗଳପୁର ପୋଲିସ ଆକ୍ସନ ମୁଡ଼କୁ ଆସିଛି ଫଳରେ ରବିବାର ଦିନ ମଙ୍ଗଳପୁର ବଜାରରେ ବେଆଇନ ଗାଡି ପାର୍କିଂ ଉପରେ ଫାଇନ ଲଗାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏଥିସହ ଆଗାମୀ ଦିନରେ ଟ୍ରାଫିକ ନିୟନ୍ତ୍ରଣକୁ କଡା କଡ଼ି କରାଯିବ ବୋଲି ଆଇଆଇସି ରଞ୍ଜନ କୁମାର ବେହେରା କହିଛନ୍ତି | ଏଥିପାଇଁ ମଙ୍ଗଳପୁର ଆଇଆଇସି ରଞ୍ଜନ କୁମାର ବେହେରା,ଏସଆଇ ଅନିତା ପ୍ରଧାନ,ଏସଆଇ ସଂକେତ ପଲାଇ, ଏଏସଆଇ ସଂଯୁକ୍ତା ପଣ୍ଡା,ଏଏସଆଇ ଜଟାଧାରୀ ଦାସ,ଏଏସଆଇ ଘନଶ୍ୟାମ ନାୟକ ପ୍ରମୁଖଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।












Leave a Reply