ବି କେ ବି ହାଇସ୍କୁଲ 1994 ବ୍ଯାଚ ପିଲାଙ୍କ ଗୁରୁପୂଜନ ଓ ବନ୍ଧୁମିଳନ=============//===//==ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ହାବଳଗଣ୍ଡ ପଞ୍ଚାୟତ ଅନ୍ତର୍ଗତ ହାବଳଗଣ୍ଡ ପାଟଣାସ୍ଥ ବି କେ ବି ଉଚ୍ଚ ବିଦ୍ୟାଳୟ ପରିସରରେ 1994 ମାଟ୍ରିକ ବ୍ଯାଚ ର ଛାତ୍ରଛାତ୍ରୀମାନଙ ଦ୍ଵାରା ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି. ପ୍ରଭାତରୁ ମଠାଧିଶ ବାବା ବିଷ୍ନୁ ଗୋସାଇଁ ଙ୍କ, ବିଜେସ୍ଥଳୀ ବାଞ୍ଛାପାଳ ମଠ ରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା. ପୁରାତନ ଛାତ୍ରୀ ହେନାରାଣୀ ନାୟକଙ୍କ ସଂଯୋଜନା ଓ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବର୍ଷିୟାନ୍ ଶିକ୍ଷାବିତ ମାଧବାନନ୍ଦ ନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ. ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହାସ ବିହାରୀ ମହାନ୍ତି,ସମ୍ମାନିତ ବକ୍ତା ଭାବରେ ମିହିର କୁମାର ବିଶ୍ବାଳ ଓ ହୃଷୀକେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ପଣ୍ଡିତ ଦିବାକର ଦାଶ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସୁତାର , ରତିକାନ୍ତ ଦାସ,ଅଭିମନ୍ୟୁ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିରୋଦ ପରିଡା, ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ ବେହେରା, ରୋଜି ଦେହେରୀ, ପ୍ରଜ୍ଞା ରାଣୀ ଦାସ ପ୍ରମୁଖ ଯୋଗ ଦେଇ ଅତୀତର ସ୍ମୃତି ରୋମନ୍ଥନ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ରବିନ୍ଦ୍ର କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତପନ କୁମାର ନାଥ ସ୍ଵାଗତ ଅଭିଭାଷଣ ଦେଇଥିଲେ. ଜନ୍ମେଜୟ ନାୟକ, ନରୋତ୍ତମ ପଣ୍ଡା, ଦେବେନ୍ଦ୍ର ବାରିକ, ପ୍ରମୋଦ କୁମାର ମହାନ୍ତି,ବିଜୟ ସାହୁ,ନରୋତ୍ତମ ଖଟୁଆ, ଶଙ୍କର ନାୟକ, ସରୋଜିନୀ ନାୟକ, ବବିତା ଦାସ ବେବିନା ସେଠି ପ୍ରମୁଖ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ. ଶେଷରେ ଗୌତ୍ତମ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କୁ ପିତାମ୍ବର ରାଉତ,ଅନୁପ କୁମାର ପରିଡା, ଆଲୋକ ବାରିକ୍, ଝୁନତି ପରିଡା ଆରତ ନାୟକ, ଅଟଳ ବିହାରୀ ନାୟକ, ରଶ୍ମିତା ସାମଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *