ବାଘ ଛାଲ ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ

Spread the love

ବାଲିଗୁଡା, ତା, ୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି। ବାଘ ଛାଲର ଲମ୍ବ ୧୬୮ ସେଣ୍ଟିମିଟର ହୋଇଥିବା ବେଳେ ଏହାକୁ ବିକ୍ରି କରିବା ଅଭିଯୋଗରେ ଅଭିଯୁକ୍ତ ପଙ୍କଜ କହଁର କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ପଙ୍କଜ ଉକ୍ତ ବାଘ ଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ଏହାକୁ ଜବତ କରିଥିଲେ । ଏନେଇ ବନ୍ୟା ପ୍ରାଣୀ ସଂରକ୍ଷଣ ଆଇନ୍ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଏହି ଘଟଣା ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନାଞ୍ଚଳ ଅଧିକାରୀ ରଶ୍ମିରଂଜନ ସ୍ବାଇଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *