ଟେଣ୍ଟ୍ ବନ୍ଧାବେଳେ ଦୁର୍ଘଟଣା, ୩ମୃତ, ୩ ଗୁରୁତର

Spread the love

ହିନ୍ଦୋଳ: ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ବଡ଼ ଦୁର୍ଘଟଣା ଘଟିଯାଇଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଅନୁଗୋଳ ଡ଼ାକ୍ତରଖାନାକୁ ନିଆଯାଉଥିବାବେଳେ ଅଧାବାଟରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ପାଇଁ ଅକାଳରେ ୩ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ଆଉ ୩ଜଣ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ୧୧ କେଭି ତାର ତଳକୁ ଓହଳି ରହିଥିବା କାରଣରୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ମୃତ ଏବଂ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଏ ଖବର ପ୍ରଘଟ ହେବାପରେ ହିନ୍ଦୋଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ
ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *