ମାଈ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

Spread the love

ହିନ୍ଦୋଳ : ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ସିଙ୍କୋଳ ରେଞ୍ଜ ଅନ୍ତର୍ଗତ ବରଗୋଜ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ମାଈ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି। କିଛିଦିନ ପୁର୍ବରୁ ମାଈ ହାତୀଟି ଅସୁସ୍ଥ ଥିବାବେଳେ ସଂପୃକ୍ତ ଅଞ୍ଚଳରେ ଘୁରି ବୁଲୁଥିଲା। ଆଜି ସକାଳୁ ହାତୀଟିର ମୃତଦେହ ଠାବ କରାଯାଇଛି। ହାତୀ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାଇପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *