କଷବା ଗ୍ରାମରେ ୨ ସାହି ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟଣାବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉଦ୍ୟମରେ କଷବା ଗ୍ରାମରେ ଶାନ୍ତି ଫେରିଲା

Spread the love

ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତସ୍ତ କସବା ଗ୍ରାମର ଦୁଇ ସାହି ମଧ୍ୟରେ କିଛି ଦିନ ତଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଫଳରେ ଦୁଇ ସାହିର ପ୍ରାୟ ୧୦ ଜଣଙ୍କୁ ମଙ୍ଗଳପୁର ପୋଲିସ କୋର୍ଟ ଚାଲାଣ କରିଥିଲେ ମଧ୍ୟ ଦୁଇ ସାହି ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା।
ଏହି ସମସ୍ୟାର ସମାଧାନ ପାଇଁ ବିଂଝାରପୁର ବିଧାୟିକା ଉଭୟ ଗୋଷ୍ଠୀ ସହିତ ଯୋଗାଯୋଗ କରି ଆଜି କୟାଁ ପଞ୍ଚାୟତସ୍ତ ମା ଜୟଚଣ୍ଡୀଙ୍କ ପୀଠରେ ଥାଲକୁଡ଼ି ପଞ୍ଚାୟତର ନେତୃବୃନ୍ଦ,ଦୁଇ ସାହିର ମୁରବି ଓ ସାଧାରଣ ଲୋକଙ୍କୁ ଏକତ୍ରିତ କରି ଏକ ଶାନ୍ତି ବୈଠକ ଆୟୋଜନ କରିଥିଲେ।ଉତ୍ତମ ବୁଝାମଣା ଓ ବିଧାୟିକାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ପରିସ୍ଥିତିକୁ ସମ୍ଭାଳିବା ସହିତ ଦୁଇ ସାହିର ଲୋକଙ୍କୁ ପୁଣିଥରେ ଏକତାର ସୂତ୍ରରେ ବାନ୍ଧି ପାରିଛନ୍ତି ବିଧାୟିକା ଶ୍ରୀମତୀ ମଲ୍ଲିକ।ବିଧାୟିକାଙ୍କ ସମୟୋପଯୁକ୍ତ ପଦକ୍ଷେପ,ମାନବିକତା ଓ ଦୃଢ ନେତୃତ୍ୱ ବଳରେ ପୁଣି ଦୁଇ ସାହିର ଲୋକମାନେ ସୁଖ,ଶାନ୍ତି,ସମ୍ମାନ ଓ ଭାଇଚାରାରେ ଏକାଠି ରହିବାକୁ ଉଭୟ ସାହିର ଲୋକ ସଙ୍କଳ୍ପ କରିଛନ୍ତି।ଏହି ଶାନ୍ତି ମୈତ୍ରୀ ସୁସ୍ଥ ପରିବେଶ ଫେରାଇ ଆଣିବା ପାଇଁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହିତ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ଥାଳକୁଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ଥାଲକୁଡ଼ି ପଞ୍ଚାୟତର ଯୁବ ନେତା ଦୀପକ ବାରିକ,କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ପାଲଟପୁର ସମିତିସଭ୍ୟ ଧୀରେନ୍ଦ୍ର ମଲ୍ଲିକ,ଜାଫରପୁର ସରପଞ୍ଚ ସୁରେନ୍ଦ୍ର କୁମାର ବେହୁରିୟା, ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମାଧାନ କରିଥିଲେ |

Leave a Reply

Your email address will not be published. Required fields are marked *