ବାଲିଗୁଡା,ତା, ୧୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁନଃରାୟ ଅବଗତ କରାଯାଇଛି l ସୂଚନା ଯୋଗ୍ୟ ଯେ, ବାଲିଗୁଡା, ବାରଖମା, ସୁଡୁରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସମ୍ବଲପୁର ପ୍ରାୟ ୧୮୦ କିମି । ଏହି ରୁଟ ରେ ବସ୍ ଚଳାଚଳ ହେଲେ ବୁର୍ଲା ମେଡିକାଲ କଲେଜକୁ ସିଧାସଳଖ ଯାତ୍ରା କରିହେବ । ବାଲିଗୁଡା ତଥା ଆଖପାଖ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ବୁର୍ଲା ମେଡିକାଲ ସହ ଅନେକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ବାଲିଗୁଡା, ସମେତ କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି, ତୁମୁଡିବନ୍ଧ ଆଦି ବ୍ଳକର ଶତାଧୂକ ଛାତ୍ରଛାତ୍ରୀ ସମ୍ବଲପୁର ଏବଂ ଝାରସୁଗୁଡାର ବିଭିନ୍ନ ବିଦ୍ୟାଳୟ , ୟୁନିଭରସିଟି ଓ ଅନ୍ୟ ଅନୁଷ୍ଠାନରେ ପଢୁଛନ୍ତି । ସମ୍ବଲପୁରକୁ ସିଧାସଳଖ ଗାଡି ନଥୁବାରୁ ଅଧୂକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ବୁର୍ଲା ଡାକ୍ତରଖାନାକୁ ମଧ୍ଯ ଅନେକ ଲୋକ ଚିକିତ୍ସା ପାଇଁ ଯାଇଥାନ୍ତି । ବାଲିଗୁଡା ଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆପେକ୍ଷା ବୁର୍ଲା ଡାକ୍ତରଖାନା ନିକଟତର ହେବ ବୋଲି ବାଲିଗୁଡା ବିଧାୟକଙ୍କ ନିକଟରେ କିଛି ସଂଘ ଏବଂ ବୁଦ୍ଧିଜୀବୀ ଲିଖୁତ ଜଣାଇଛନ୍ତି । ଏ ସମ୍ପର୍କ ରେ ବିଧାୟକ ଚକ୍ରମଣି କହଁର ବାଲିଗୁଡା ଠାରୁ ସମ୍ବଲପୁର ସିଧା ସଳଖ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି












Leave a Reply