ଜିଲ୍ଲାପରିଷଦ ସଭ୍ୟାଙ୍କ ଦ୍ୱାରା ପଣା ବଣ୍ଟନ

Spread the love

ଦଶରଥପୁର-ଆଜି ବୈଶାଖ ମାସର ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷରେ ଯାଜପୁର ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ପରିଷଦ ମାମିନା ମଲ୍ଲିକ ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତସ୍ତ କୁଳସାହି ଠାରେ ତାଙ୍କ ଘର ସମ୍ମୁଖ ଦହି ପଣା ବଣ୍ଟନ କରିଥିଲେ।ଏ ଜଳ ଛତ୍ରଟି ଆସନ୍ତା ଜୁନ୍ ୧୪ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବୈଶାଖ ମାସରେ ପ୍ରଚଣ୍ଡ ଖରାକୁ ଆଖିରେ ରଖି ଯାତାୟତ କରୁଥିବା ସମସ୍ତ ଲୋକ ମାନଙ୍କ ପାଇଁ ଏହା ଉଦ୍ଧିଷ୍ଟ ବୋଲି ମାମିନା କହିଥିଲେ।ପଣା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁ ମାନଙ୍କୁ ମାମିନା ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *