କୁଆଁସ ମଙ୍ଗଳା ଯାତ୍ରାରେ ୫0 ହଜାରେ ଭକ୍ତଙ୍କ ସମାଗମ୧୬ ତମ ମଙ୍ଗଳା ମହୋତ୍ସବ ଉଦଘାଟିତ

Spread the love

ଦଶରଥପୁର-୧୪/୪ (ନି:ପ୍ର):
ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତସ୍ତ କୁଆଁସଠାରେ ଥିବା ପ୍ରସିଦ୍ଧ ମଙ୍ଗଳା ପୀଠରେ ମା ମଙ୍ଗଳାଙ୍କର ୧୬ ତମ ମଙ୍ଗଳା ମହୋତ୍ସବ ଉଦଘାଟିତ ହୋଇଯାଇଛି।ମଙ୍ଗଳାଯାତ୍ରା ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ବେଳେ ୫0 ହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ଦେଖା ଯାଇଛି | ଆଜି ଠାରୁ ମଙ୍ଗଳା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଏହି ମଙ୍ଗଳା ଯାତ୍ରା ୧ ମାସ ଧରି ଚାଲିବ ବୋଲି କମିଟିର ସଭାପତି ପତିତପାବନ ମହାନ୍ତି ସୂଚନା ଦେଇଛନ୍ତି | ତେବେ ଆଜି ମାଙ୍କ ଦର୍ଶନ କରିବା ପାଇଁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁର ଜିଲ୍ଲା ପୂର୍ବତନ ବିଜେପି ସଭାପତି ଗୌତମ ରାୟ, ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ବରିଷ୍ଠ ବିଜେପି ନେତା ସୁବାଷ ମହାନ୍ତି, ଦଶରଥପୁର ବ୍ଲକ ପୂର୍ବତନ ଅଧକ୍ଷ ରମେଶ ଚନ୍ଦ୍ର ସାମଲ,ଦଶରଥପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ, ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ ମହାନ୍ତି ପ୍ରମୁଖ ବ୍ୟକ୍ତି ମାଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିଥିଲେ |ଏହି ପରିପ୍ରେକ୍ଷୀରେ ମା ମଙ୍ଗଳା ପୀଠ ଉନୟନ କମିଟିର ସଭାପତି ପତିତପାବନ ମହାନ୍ତି ଦଶରଥପୁର ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ମାଙ୍କ ମୁଖ୍ୟ ପାଟୁଆ ମଞ୍ଚ ଉପରେ ନୃତ୍ୟ କରିବା ସହିତ ଭକ୍ତ ମାନଙ୍କ ଶୁଭ ମନାସୀ ଥିଲେ। ମଙ୍ଗଳା ଯାତ୍ରାର ମୁଖ୍ୟ ଆକର୍ଷଣ ପାଟୁଆ ବୁଡ଼ା ଓ ପାଟୁଆ ନାଚ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଜଳଛତ୍ର ଓ ପଣା ବଣ୍ଟନ କେନ୍ଦ୍ର ଖୋଲି ଥିଲା |କେତେକ ବ୍ୟକ୍ତି ନିଜର ମାନସିକ ପୂରଣ ପାଇଁ ମାଙ୍କ ଉଦେଶ୍ୟରେ କୁକୁଡ଼ା ଉତ୍ସର୍ଗ କରିଥିଲେ।ଭକ୍ତ ମାନଙ୍କ ପାଇଁ ମନ୍ଦିର ବେଢାରେ କମିଟି ପକ୍ଷରୁ ଛାଇରେ ମାଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଭକ୍ତ ମାନଙ୍କ ପାଇଁ ସ୍ଥାନେ ସ୍ଥାନେ ଜଳଛତ୍ର ବ୍ୟବସ୍ଥା କରାଯାଇଛି।୧୦୮ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଦ୍ୱାରା ଦେୟ ମୁକ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିବାବେଳେ ଶହ ଶହ ସଂଖ୍ୟାରେ ଅସ୍ଥାୟୀ ଦୋକାନ ପଡିଛି।ଏହି ଯାତ୍ରା ଦେଖିବା ପାଇଁ ଦଶରଥପୁର, ବରି, ବିଂଝାରପୁର, ଯାଜପୁର ବ୍ଲକ ସମେତ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଆଖ ପାଖ ଗ୍ରାମର ସହ ସହ ଭକ୍ତ ଯୋଗ ଦେଇଥିବା ଦେଖିବା ପାଇଁ ମିଳିଥିଲା |ମା ମଙ୍ଗଳା ପୀଠ ଉନ୍ନୟନ କମିଟି ତରଫରୁ ତପନ କୁମାର ରାଉତ, ଜ୍ଞାନରଞ୍ଜନ ମଲ୍ଲିକ,ବିମ୍ବାଧର ବେହେରା,ଅକ୍ଷୟ ବେହେରା,ଶେଷଦେବ ଯେନା, ଶରତ ଚନ୍ଦ୍ର ଷଡ଼ଙ୍ଗୀ,ସୁରଥ ଚନ୍ଦ୍ର ବେହେରା,ପ୍ରଶାନ୍ତ ପଣ୍ଡା,ଦୀପ୍ତିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଥିବାବେଳେ ଦଶରଥପୁର ଥାନା ଅଧିକାରୀ ସଦଳେବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *