ଆଳି,
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସଂଗଠକ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସ ସ୍ମୃତି କମିଟି ପକ୍ଷରୁ ୧୫ତମ ଶ୍ରାଦ୍ଧଦିବସ ନିଆଳସ୍ଥିତ କୁଞ୍ଜକୁଟୀର ଠାରେ ପାଳିତ ହୋଇଯାଇଛି। ଓଳାଭର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଆଳି ଯାଦବ ମହାସଭାର ସଭାପତି ଶେଖର ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଗୌରାଙ୍ଗ ଚରଣ ଦାସ ସ୍ମୃତି କମିଟି ଓ ଗୌରାଙ୍ଗ କୁଞ୍ଜ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଳି ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫୁଲ୍ଲ ପରିଡ଼ା ଯୋଗ ଦେଇ ଗୌରାଙ୍ଗ ଦାସଙ୍କ ସହିତ କଟାଇଥିବା ଶିକ୍ଷକ ଆନ୍ଦୋଳନର ସମୟ କଥା ବଖାଣିଥିଲେ l ଶିକ୍ଷକ ମାନଙ୍କ ପାଇଁ ନିସ୍ଵାର୍ଥପର ଭାବେ ଆନ୍ଦୋଳନ ଠାରୁ ଆରମ୍ଭ କରି ସଂଗଠନ କୁ ମଜବୁତ କରିବା ପାଇଁ ତାଙ୍କର ଉଦ୍ୟମ ଅନ୍ୟତମ ଥିଲା l ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ହୃଷିକେଶ ଦାଶଙ୍କ ସହ ସମ୍ମାନିତ ଅତିଥି ଭାବେ ମନୋଜ ପରିଡ଼ା, ଶିକ୍ଷକ ନବକିଶୋର ଦାସ, ବିଶିଷ୍ଟ ଅତିଥିଭାବେ ଅଭିରାମ ପରମହଂସ ମିଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତତ୍ତ୍ବଭୂଷଣ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗ ଦେଇ ତାଙ୍କର ବାଲ୍ୟ କାଳ ଓ ବିଦ୍ୟାଳୟ ସମୟର କଥା ବର୍ଣ୍ଣନା କରିବା ସହ ଜଣେ ମେଧାବୀ ଛାତ୍ର ହୋଇ ବି ନିଜ ଅଂଚଳର ଉନ୍ନତି ପାଇଁ ଶିକ୍ଷକତା କରି ଛାତ୍ରଛାତ୍ରୀମାନଙ୍କୁ ମଣିଷ କରିବାର ଭାର ବହନ କରିଥିଲେ। ଏଥି ସହିତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ନିମନ୍ତେ ଆୟତପୁରଠାରେ ଲକ୍ଷ୍ମୀବରାହ ମହାବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ। ତତସହିତ ଧୋୟା ଦଶ ପଞ୍ଚାୟତକୁ ସଦରମହକୁମା ସହ ଯୋଗାଯୋଗ କରିବା ପାଇଁ ମାନପୁର ଠାରେ ଏକ ସେତୁ ନିର୍ମାଣ କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ l ଏହି ପରିପ୍ରେକ୍ଷୀରେ ଶିକ୍ଷାଦାନ କ୍ଷେତ୍ରରେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ବିଶ୍ୱାଳଙ୍କ ସହ ପ୍ରଧାନଶିକ୍ଷୟତ୍ରୀ ଶୋଭାବତୀ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ ଆଜିର ସଭାରେ ବରିଷ୍ଠ ସାହିତ୍ୟିକ ଗୋବିନ୍ଦଚନ୍ଦ୍ର ନନ୍ଦ, ଶିକ୍ଷାବିତ ବିଜୟ କୁମାର ପରିଡ଼ା, ସାହିତ୍ୟିକ ବନମାଳୀ ସେନାପତି, ଇଂ ଦେବାଶିଷ ଦାସ, ଦଶରଥ ମଲିକ, ମନୋଜ ଦାସ, ମଧୁସୂଦନ ଦାସ, ଅମୁଲ୍ୟ ରାଉତ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତି କମିଟିର ସମ୍ପାଦକ ଧରଣୀଧର ବେହେରା ସମ୍ପାଦକ ପାଠ କରିଥିବା ବେଳେ ସ୍ବର୍ଗତ ଦାସଙ୍କ ସାନପୁଅ ଡା. ଅବକାଶ ଯଦବ ଧନ୍ୟବାଦ ଦେଇଥିଲେ।
ଶିକ୍ଷାବିତ୍ ଗୌରାଙ୍ଗ ଦାସଙ୍କ ଶ୍ରାଦ୍ଧତ୍ସବ












Leave a Reply