ଜନ୍ମ ସ୍ଥାନରେ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Spread the love

ଦଶରଥପୁର-୧୪/୪ (ନି:ପ୍ର):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ତାଙ୍କ ଜନ୍ମସ୍ଥାନ ଦଶରଥପୁର ବ୍ଲକର ଦତ୍ତପୁର ଗ୍ରାମରେ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ମଙ୍ଗଳବାର ସନ୍ଧ୍ୟରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି।ପ୍ରକାଶଜେ ବନ୍ଧୁ ମହାନ୍ତିଙ୍କ ଜନ୍ମ ସ୍ଥାନ ଦତ୍ତପୁର ଗ୍ରାମରେ ଜଣା ପଡିବା ପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଥିଲା।କିନ୍ତୁ କେତେକ କାରଣ ଯୋଗୁଁ ଏହାର ଉନ୍ମୋଚନ କାର୍ଯ୍ୟକ୍ରମ ହୋଇପାରି ନଥିଲା।ତେବେ ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମରେ ଥିବା ଗୋପୀନାଥ ଜୀୟୁଙ୍କ ମନ୍ଦିରରୁ ଆଜ୍ଞା ମାଳ ନେଇ କୀର୍ତନ ଶୋଭାଯାତ୍ରାରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ପାଖକୁ ଆସିଥିଲେ।ପରେ ପରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।ବାଉଁଶ ସିଡିରେ ଚଢି ଜୀବନକୁ ବାଜି ଲଗାଇ ଖୁସିରେ ଆତ୍ମ ବିହୋର ହୋଇ ବନ୍ଧୁ ମହାନ୍ତିଙ୍କୁ ଆଲିଙ୍ଗନ କରି ଆଖିରୁ ଲୁହ ଝରାଇଥିଲେ। ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିବା ବେଳେ ଏଥିରେ ସଂମ୍ମାନିତ ଅତିଥି ରୂପେ ଯାଜପୁରର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର,୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ,ବନ୍ଧୁ ମହାନ୍ତିଙ୍କ ଦଶମ ପିଢ଼ିର ଦାୟଦ ଦିଲ୍ଲୀପ ମହାନ୍ତି,ନନ୍ଦିପୁର ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ମହାନ୍ତି,କମାରଡ଼ିହ ପାକ୍ସ ସଭାପତି ଭାଗିରଥି ସାହୁ,ଦତ୍ତପୁର ପଞ୍ଚାୟତ ସରପଞ୍ଚ ଶୁଚିସ୍ମିତା ମହାନ୍ତି,ବିଂଝାରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ କନକ ଲତା ମଲ୍ଲିକ,ଦତ୍ତପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା, ସମାଜସେବୀ ଶରତ ତ୍ରିପାଠୀ, ଅକ୍ଷୟ ଭୂୟାଁ,ନିଜାମପୁର ପାକ୍ସ ସଭାପତି ସରୋଜ ସାହୁ,କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ନନ୍ଦ,ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ପଣ୍ଡା,ଗୋପବନ୍ଧୁ ତ୍ରିପାଠୀ,ବଟକୃଷ୍ଣ ମେକାପ, ପାଳସାହି ପଞ୍ଚାୟତ ତ୍ରିଲୋଚନ ଦାସ,ଦୁଦୁରାଅଣ୍ଟା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସରପଞ୍ଚଙ୍କ ପ୍ରତିନିଧି ରଶ୍ମିରଂଜନ ସେଠୀ,ସମିତି ସଭ୍ୟାଙ୍କ ପ୍ରତିନିଧି ଶିଶିର କୁମାର ରାଉତ,ସମାଜସେବୀ ହୃଷିକେଶ ପତି, ବିରିପଟା ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ,ପ୍ରାକ୍ତନ ସରପଞ୍ଚ ମନୋରଞ୍ଜନ ଦାଶ,ଶ୍ୟାମ ସୁନ୍ଦର କର, ପ୍ରାଧ୍ୟାପକ ଡ଼ ଗିରିଶ ବିହାରୀ ମିଶ୍ର,ରମେଶ ଚନ୍ଦ୍ର ବେହେରା,ଶିକ୍ଷକ ନେତା ଧର୍ମାନନ୍ଦ ମଲ୍ଲିକ,ୱାର୍ଡ ସଭ୍ୟା ଝରଣା ଦାସଙ୍କ ସମେତ ବହୁ ଜଗନ୍ନାଥଙ୍କ ଭକ୍ତ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଭକ୍ତ ବନ୍ଧୁ ମହାନ୍ତି ସ୍ମୃତି କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *