ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

Spread the love

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ସକାଳ ୧୧ ଘଟିକା ସମୟରେ ହିନ୍ଦୋଳ ବ୍ଲକ୍ ରାସୋଳ ଥାନା ଅନ୍ତର୍ଗତ କୁନୁଆ ଗ୍ରାମର ସୁର ନାୟକ(୬୦) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ପାଦ ଖସିଯିବାରୁ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସୁର ଅନେକ ସମୟଧରି ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରିବାରେ ଦିନ ୧୨ଟାରେ ପୋଖରୀରେ ଭାସୁଥିବା ଦେଖିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିବା ସହ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରାସୋଳ ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ସୁରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ମୃତକ ସୁର ନାୟକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *