ଅନୁଗୋଳ: ୧୪/୦୪ କ୍ରୀଡ଼ା ଓ ଯୁବ ବ୍ୟାପାର ଖେଳ ମନ୍ତ୍ରାଳୟ ଭାରତ ସରକାର, ମେରା ୟୁଭା ଭାରତ, ଓ କୋହିନୁର ୟୁବ କ୍ଲବ୍, ବଳରାମପ୍ରସାଦ ପାଟଣା ସାହି, ବଅଁରପାଳ ବ୍ଲକ୍, ଅନୁଗୋଳ ମିଳିତ ଆନୁକୂଲ୍ୟ ରେ ” ଡକ୍ଟର ଆମ୍ବେଦକର ଜୟନ୍ତୀ ଦିବସ” କାର୍ଯକ୍ରମ ପାଳିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବ ରେ ବଳରାମପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ନିବେଦିତା ବନ୍ଦୋପାଧ୍ୟାୟ ଓ ସମ୍ମାନୀତ ଅତିଥୀ ଭାବରେ ଗ୍ରାମ ଉନ୍ନୟନ କମିଟିର ସଂପାଦକ ଶ୍ରୀ ସରୋଜ ସିଂହ, ମୁଖ୍ୟ ବକ୍ତା ଭାବରେ ଶ୍ରୀ ସୌରଭ ପ୍ରଧାନ , ପ୍ରଦୀପ୍ତା ମଞ୍ଜରୀ ସାହୁ, ସ୍ୱାଦମିନି ପତି,ଅଙ୍ଗନବାଡ଼ି କର୍ମୀ ସସ୍ମିତା ସାହୁ ଗ୍ରାମ ର ଆଶା କର୍ମୀ କାର୍ଯକ୍ରମ ରେ ଯୋଗ ଦେଇଥିଲେ। ଏହି ଡକ୍ଟର ଆମ୍ବେଦକର ଜୟନ୍ତୀ ଦିବସ କାର୍ଯ୍ୟକ୍ରର୍ମ ରେ ପ୍ରଥମେ ଡକ୍ଟର ଆମ୍ବେଦକ କ ଫଟୋ ଚିତ୍ର ରେ ଫୁଷ୍ୟ ମାଳ ଦେଇ କାର୍ଯ୍ୟକ୍ରର୍ମ ଆଗେଇ ନେବା ସହ, ଏହି ପରିପେକ୍ଷେ ଏକ ସଭା ଅନୁଷ୍ଠିତ ହେଇଯାଇଥିଲା । ଏହି କାର୍ଯ୍ୟକର୍ମ ରେ, “ସ୍ଵଚ୍ଛେତା ସେବା” ମାଧ୍ୟମରେ ନାଲକୋ ନଗର ପରିସରରେ ଥିବା ଡକ୍ଟର ଆମ୍ବେଦକର ଏସ୍.ଟୀ ଓ ଏ.ସି ୱେଲ ଫେୟାର ଆସୋସିସନ୍ ରେ ଡକ୍ଟର ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ୟ ମାଳ ଅର୍ପଣ କରାଯାଇଥିଲା । ଡକ୍ଟର ଆମ୍ବେଦକର ଜୟନ୍ତୀ ଦିବସ ରେ ପର୍ଯ୍ୟବେଶିତ ଦେଶ ପାଇଁ ଡକ୍ଟର ଆମ୍ବେଦକର କ ଜୀବନ ଚର୍ଚ୍ଚା ଓ ଦେଶ ଲାଗି ଆଣିଥିବା ଜନ ଜାଗରଣ ଆଣିବା, ଲୋକ ମାନକ ପାଇଁ ମୌଳିକ ସୁବିଧା ଓ ସୁଯୋଗ ର ଅଧିକାର ସହିତ ନିରାକରଣ କିପରି ହେଇପାରିବ,ଉପସ୍ଥିତ ସମସ୍ତ ଥିବା ଗ୍ରାମ ର ଲୋକ ମାନଙ୍କ ସହିତ ଓ କ୍ଲବ ମେମ୍ବର ମାନକୁ ମୁଖ୍ୟ ଅତିଥି ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋହିନୁର୍ କ୍ଲବ୍ ସମସ୍ତ କ୍ଲବ ର ସଦସ୍ୟ, ଓ ଗ୍ରାମ୍ୟ ବାସୀ ସହିତ ଆଶା କର୍ମୀ ଯୋଗଦାନ କରିଥିଲେ। ଶେଷରେ କୋହୀନୁର କ୍ଲବ୍, ବଳରାମପ୍ରସାଦ,ବଅଁରପାଳ ବ୍ଲକ ର ସଭାପତି ଶ୍ରୀ ବସନ୍ତ ମହାପାତ୍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିବା ରୁ ଧନ୍ୟବାଦ ଅର୍ପଣ ଜଣାଇ ଥିଲେ।
ବଳରାମ ପ୍ରସାଦ ସ୍ଥିତ କୋହିନୁର କ୍ଲବ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳନ












Leave a Reply