ଅନୁଗୋଳ: କାଙ୍ଗୁଲା-ବେନ୍ତପୁର ଗ୍ରାମ ପଞ୍ଚାୟତର କାଙ୍ଗୁଲା ଗ୍ରାମରେ ମା ଶକ୍ତିମୟୀ ମା ଦକ୍ଷିଣ କାଳୀଙ୍କ ବାର୍ଷିକ ଉତ୍ସବ ମେରୁ ଉଦଜାପନୀ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷ ଧରି ଏହି ବ୍ରତ ଭକ୍ତ ମାନେ ପାଳି ଆସୁଛନ୍ତି!ଏହିବ୍ରତ ବହୁ କଷ୍ଟଦାୟକ ଗ୍ରୀଷ୍ମ ଦିନର ଉପବାସ!ଆଜି ପ୍ରଭାତ ସମୟ ରେ ଗ୍ରାମରେ ସମସ୍ତ ଘରେ ଘରେ ଚିତା ଝୁଂଟି ଦେଇ ସ୍ୱାଗତ ଜଣାଇ ସହ ମାଙ୍କୁ ବନ୍ଦ୍ଦାପନା କରିଥିଲେ!ମା ଙ୍କ ସମସ୍ତ ଦଣ୍ଡୁଆ ଏବଂ ଧୂପ ଦ୍ୱୀପ ବାଣ ନଈବାଦ୍ୟ ସହ ଆତସବାଜି ଯନ୍ତ୍ର ସହ ଗ୍ରାମ ପରିକ୍ରମା କରି ଏକ ପଟୁଆରରେ ଆସିଥିଲେ!ଏଥିରେ ସମାଜ ଯୁବ ଗୋଷ୍ଟି ସହଯୋଗ ର ହାତ ବଢ଼ାଇଥିଲେ! ସ୍ବେଛାସେବୀ ମାନଙ୍କ ଦ୍ୱାରା ଅନ୍ନ ପ୍ରସାଦ, ଥଣ୍ଡା ପାନୀୟ,ତରଭୁଜ ପ୍ରଭୃତି ବଣ୍ଟନ ଦେଖିବାକୁ ମିଳିଥିଲା!ମାଙ୍କୁ ଦର୍ଶନ ନିମିତ୍ତ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡିଥିଲା! ଏବଂ ମେଲଣପଡିଆରେ ଭକ୍ତମାନେ ମାନସିକ ଧାରୀକେଶ ମୁଣ୍ଡ ମଣ୍ଡନ ସହିତ ବିଭିନ୍ନ ପ୍ରକାର ଭୋଗ ଦୋକାନ ଏବଂ ମିନାବଜ଼ାରର ଦୋଳି ମୁଖ୍ୟ ଆକର୍ଷଣ ରହିଥିଲ!ଅନୁଗୋଳର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ମାଙ୍କ ଦର୍ଶନ ଲାଭ କରିଥିଲେ! ମାଙ୍କୁ ଶ୍ରଦ୍ଧାଳୁ କିପରି ସୁବିଧାରେ ଶୃଙ୍ଖଳାରେ କୃପା ଲାଭ କରିବେ ଓ ମନ୍ଦିର ର ରକ୍ଷଣା ଓ କିପରି ଉନ୍ନତି ହେବ ସେଇବିଷୟରେ ଆଲୋଚନା କରିଥିଲେ!ଅନୁଗୋଳ ଜିଲ୍ଲା ରେ ମାଙ୍କ ପତିଆରା ଓ଼ ଆଧିପତି କିମ୍ବା କିମ୍ବଦନ୍ତୀ ରହିଥିବାରୁ ମାଙ୍କୁ ସମସ୍ତେ ଭକ୍ତ ଓ଼ ଶ୍ରଦ୍ଧାଳୁ ମାନନ୍ତି!ଅନୁଗୋଳରେ ମାଙ୍କ ମହିମା ଥିବାରୁ ବହୁ ଦୂର ଦୁରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଓ଼ ଦେଶ ବିଦେଶ ରୁ ଜନସମାଗମଦେଖିବାକୁ ମିଳିଥିଲା!ଏଠାରେ ବ୍ରତ ଧାରୀ ଭକ୍ତମାନେ ଉପବାସ ମାଙ୍କ ଆଶ୍ରିବାଦ ଭିକ୍ଷା ପାଇଁ ସହ ସହ ଭକ୍ତଙ୍କ ଅଧିଆ ପଡିଥିବାର ଦେଖିବାକୁ ମିଳିଥିଲା!ସତେ ଯେପରି ଖରା ତାତି ଭୟ ନକରି ଅଧିଆ ପଡ଼ିଥାନ୍ତି!ଘଣ୍ଟ ଘଣ୍ଟା ଧୁଳିଆର ବାଦକ ଓ଼ ଭକ୍ତଙ୍କ ହୁଳହୁଳି ଧୂପ ଦ୍ୱୀପ ନଈବେଦ୍ୟରେ ପରିବେଶ ପ୍ରକମ୍ପିତ ହୋଇଉଠୁଥାଏ!ଆବାଳ ବୃଦ୍ଧ ବନିତା ଙ୍କ ଉପସ୍ଥିତି ଅପରୂପ ମାହୋଲ ଶୃଷ୍ଟି କରୁଥାଏ!ମା ଶକ୍ତିମୟୀ ଗ୍ରାମର କିଛି ଦୂରରେ ଅବ୍ରିଭାବ ହୋଇ ଉଭା ହୋଇ ଦେଖା ଦେଇଥିଲେ!କିଛି ସମୟ ପରେ ମା ପୂଜା ସ୍ଥଳକୁ ଆସିଥିଲେ ପୂଜାସ୍ଥଳରେ ମାଙ୍କ ନୀତି କାନ୍ତି ପାଳନ ହୋଇଥିଲା। ମା ପ୍ରଥମେ ଗୁହାରିଆ ପଡ଼ିଥିବା ଭକ୍ତ ମାନଙ୍କୁ ଉଠାଇ ଥିଲେ । ପରିଶେଷରେ ସମସ୍ତ ଭକ୍ତ ଓ଼ ଦର୍ଶନାଭିଳାଷୀ ନିଜ ନିଜ ଘରକୁ ଫେରିଥିଲେ ।
କାଙ୍ଗୁଲା ଗ୍ରାମରେ ମା ଦକ୍ଷିଣ କାଳୀଙ୍କ ବାର୍ଷିକ ଉତ୍ସବ ଓ ମେରୁ ଯାତ୍ରା ଅନୁଷ୍ଠିତ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ଼












Leave a Reply