ଜଗତସିଂହପୁର :- ତିର୍ତ୍ତୋଲ ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ସକ୍ରିୟ ହୋଇ ଉଠୁଛି , ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ପାଖରେ କିଛି ଖବର ନାହିଁ ନା ଜାଣିଶୁଣି ଅଣଦେଖା କରୁଛନ୍ତି ଏଥିରେ ସନ୍ଦେହ ପ୍ରକାଶ ପାଇଛି , ବିଗତ ପ୍ରାୟ ଦୁଇ ମାସ ତଳେ ତିର୍ତ୍ତୋଲ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ତଥା ସାମ୍ୱାଦିକ ରମେଶ ମହାନ୍ତି ରାତି ପ୍ରାୟ ୧୦ ବେଳେ ଖବର ସଂଗ୍ରହ କରି ଘରକୁ ଫେରୁ ଥିବା ବେଳେ ବରିପଦା ନିକଟରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ଏଥିରେ ଗୁରୁତର ହୋଇ ମେଡିକାଲରେ ପ୍ରାୟ ୫ ଦିନ ଚିକିତ୍ସା ପରେ ଶ୍ରୀ ମହାନ୍ତି ଘରକୁ ଫେରିଥିଲେ, ଘରେ ମଧ୍ୟ ଏକ ମାସ ବିଶ୍ରାମ ପରେ ସୁସ୍ଥ ହୋଇଥିଲେ , ଶ୍ରୀ ମହାନ୍ତି ତିର୍ତ୍ତୋଲ ଅଞ୍ଚଳରେ ବ୍ୟାପକ ଚୋରା ମଦ ବିକ୍ରୟ ସମ୍ବନ୍ଧେ ଘଟଣା ଘଟିବାର ଦୁଇ ମାସ ପୂର୍ବରୁ ନିରନ୍ତର ଖବର ପ୍ରସାରଣ କରିଆସୁଥିଲେ । ଆକ୍ରମଣ ଦିନ ତିର୍ତ୍ତୋଲ ପୋଲିସ ବାଲିପାଟଣା ଛକ ସ୍ଥିତ ଏକ ଷ୍ଟେସନାରୀ ଦୋକାନରୁ ବ୍ୟାପକ ଚୋରା ମଦ ବିକ୍ରୟ ହେଉଥିବା ବେଳେ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଥିଲା ଓ ସପୃକ୍ତ ଦୋକାନଟିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଦେଇଥିଲେ , ବିଗତ ଦିନ ମାନଙ୍କରେ ଶ୍ରୀ ମହାନ୍ତି ଅନେକ ଥର ଏହି ଚୋରା ମଦ ଦୋକାନକୁ ନେଇ ଖବର ପ୍ରକାଶ କରିଥିଲେ । ସେତେବେଳେ ଏହି ଘଟଣା ଶ୍ରୀ ମହାନ୍ତିଙ୍କ ଆକ୍ରମଣ ସହିତ ସାମଞ୍ଜସ୍ୟ ରହିଥିବା ସାଧାରଣରେ ଆଲୋଚନା ହୋଇଥିଲା , ଏହି ଘଟଣାର ପରଦିନ ବାଲିପାଟଣା ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବସାଧାରଣରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସଂପୃକ୍ତ ଚୋରା ମଦ ବ୍ୟବସାୟୀ । ଏତେ ସବୁ ଘଟଣା ପରେ ତିର୍ତ୍ତୋଲ ପୋଲିସର ହାତଖାଲି ନେଇ ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ସନ୍ଦେହ ପ୍ରକାଶ ପାଇଛି । ବାଲିପାଟଣା ଅଞ୍ଚଳର ସଂପୃକ୍ତ ଚୋରା ମଦ ବ୍ୟବସାୟୀ ହାଇକୋର୍ଟରୁ ଦୋକାନ ଖୋଲିବା ଆଦେଶ ଆଣି ଏବେ ନିଜ ଦୋକାନରେ ଆଉ ମଦ ବିକ୍ରି ନ କରି ଆଖ ପାଖ ଅଞ୍ଚଳରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ସ୍ଥାନରେ ମଦ ବ୍ୟାପାର କରାଉଛନ୍ତି । ଦେଖାଯାଉ ପୋଲିସ ଓ ଅବକାରୀ ବିଭାଗ କି ପଦକ୍ଷେପ ନେଉଛନ୍ତି ଆଉ ତିର୍ତ୍ତୋଲ ପୋଲିସ ସାମ୍ବାଦିକ ରମେଶ ମହାନ୍ତି ଆକ୍ରମଣକାରୀଙ୍କୁ କେବେ ଗିରଫ କରୁଛି ।
ତିର୍ତ୍ତୋଲ ଚୋରା ମଦ ବେପାରୀ ଓ ପୋଲିସ ମଧ୍ୟରେ କି ସମ୍ପର୍କ !











Leave a Reply