ନ୍ୟୁଜ୍ ବୁଲେଟିନ୍ ସ୍କ୍ରିପ୍ଟ: ସାଉଦି ଆରବରେ ଉତ୍କଳ ଦିବସ

Spread the love

ସୁଦୂର ସାଉଦି ରେ ଗୁଞ୍ଜରିଲା ଓଡ଼ିଆ ପ୍ରାଣର ସ୍ପନ୍ଦନ। ବିଶ୍ୱର ସାମ୍ପ୍ରତିକ ଅଶାନ୍ତ ପରିସ୍ଥିତି ମଧ୍ୟରେ ଏକତା ଓ ଶାନ୍ତିର ବାର୍ତ୍ତା ନେଇ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘କଳିଙ୍ଗନ୍’ ପକ୍ଷରୁ ପାଳିତ ହୋଇଯାଇଛି ଭବ୍ୟ ଉତ୍କଳ ଦିବସ।
କାର୍ଯ୍ୟକ୍ରମର ଶୁଭାରମ୍ଭରେ ସାଉଦି ଆରବର ପ୍ରତିଷ୍ଠିତ ଅନୁଷ୍ଠାନ ‘କଳିଙ୍ଗନ୍’ ର ସଦସ୍ୟମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।ଦାମାମଠାରେ ପ୍ରତିଧ୍ୱନିତ ହୋଇଛି ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ସାଉଦି ଆରବର ସବୁଠାରୁ ପ୍ରତିଷ୍ଠିତ ଓ ଜନହିତକର କାର୍ଯ୍ୟ ପାଇଁ ଜଣାଶୁଣା ଅନୁଷ୍ଠାନ ‘କଳିଙ୍ଗନ୍’ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ପରିବାର ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱଶାନ୍ତି ପାଇଁ ୨ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା।”
ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷତ୍ୱ ଥିଲା ଯେ, ଏହାର ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ, ନୃତ୍ୟ, ବକ୍ତବ୍ୟ ଠାରୁ ଆରମ୍ଭ କରି ମଞ୍ଚ ପରିଚାଳନା ପର୍ଯ୍ୟନ୍ତ ସବୁଥିରେ ଓଡ଼ିଆ ଭାଷା ଓ ସାହିତ୍ୟର ଝଲକ ଦେଖିବାକୁ ମିଳିଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ମଙ୍ଗଳାଚରଣ ରୁ ଆରମ୍ଭ ହୋଇ ସମ୍ବଲପୁରୀର ତାଳେ ତାଳେ ଦର୍ଶକଙ୍କୁ ବିଭୋର କରିଥିଲା। କୁନି କୁନି ପିଲାମାନେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ଗୌରବମୟ ଇତିହାସ ଉପରେ ଦେଇଥିବା ବକ୍ତବ୍ୟ ସମସ୍ତଙ୍କ ମନ ମୋହିଥିଲା।”
ଏହି କାର୍ଯ୍ୟକ୍ରମକୁ କଳିଙ୍ଗନ୍ କୋର୍ କମିଟିର ସଦସ୍ୟ ସଫଳତାର ସହ ପରିଚାଳନା କରିଥିଲେ।
ବିଦେଶ ମାଟିରେ ରହି ନିଜ ଜନ୍ମମାଟିର ସଂସ୍କୃତି ଓ ଜଗନ୍ନାଥ ପରମ୍ପରାକୁ ପ୍ରସାର କରିବାର ଏହି ଅଭିନବ ପ୍ରୟାସ ନିଶ୍ଚିତ ଭାବେ ଗର୍ବର ବିଷୟ।

Leave a Reply

Your email address will not be published. Required fields are marked *