ବିଦେଶୀ ପ୍ରତିଭାଙ୍କୁ ଆକୃଷ୍ଟ କରୁଛି ଚିନ୍ମୟ ଫାଉଣ୍ଡେସନର ୱାର୍ଲଡ୍‌ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ।

Spread the love

ବିଗତ ବର୍ଷ ମାନଙ୍କରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ମାନଙ୍କରେ ବିପୁଳ ସଫଳତା ପରେ ଚଳିତ ବର୍ଷ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ଆନ୍ତର୍ଜାତୀୟ ୱାର୍ଲଡ୍‌ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ। ସମଗ୍ର ବିଶ୍ୱର ୨୫୬ଟି ଦେଶକୁ ନେଇ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ବିଦେଶୀ ପ୍ରତିଭାଧାରୀ ଏଥିରେ ଯୋଡି ହେଉଥିବାର ଦେଖିବାକୁ ମିଳିଛି। ଗତ ଜାନୁୟାରୀ ୨୬ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୫ରେ ପୂର୍ଣ୍ଣାଙ୍ଗ ହେବାସହ ଆସନ୍ତା ବର୍ଷ ଜାନୁୟାରୀ ୨୬ତାରିଖ ଦିନ ଯୋଗ୍ୟ ପ୍ରତିଭା ମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ ଚିନ୍ମୟ ଦାଶ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଯୋଡିହେଵା ପାଇଁ ଫାଉଣ୍ଡେସନର ହ୍ଵାଟ୍ସଆପ ସଂଖ୍ୟା (+୯୧)୯୯୩୮୮୧୦୫୩୯ କିମ୍ବା (+୯୧)୮୩୨୮୮୭୬୦୩୮ ସହ ଯୋଗାଯୋଗ କରିବାପାଇଁ ଫାଉଣ୍ଡେସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *